ଓଡ଼ିଶା

ପୋଲସରା N.A.C ର C.C. ରୋଡ଼ରେ ମହାଦୁର୍ନୀତି

ପୋଲସରା ୨୧ ମଇ (ଓଡ଼ିଆ ପୁଅ/ ନୃସିଂହନାଥ ସ୍ୱାଇଁ) ପୋଲସରା NAC ରେ ମହା ଦୁର୍ନୀତି ଚାଲିଥିଲାବେଳେ ତାର ଏକ ଛୋଟ ନମୁନା, ଖଜୁରିବନ୍ଧ ହୁଡାର କଂକ୍ରିଟ ରୋଡ଼। ସମ୍ପୃକ୍ତ NAC ର ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଲୋକେ କୁହାକୁହି ହେଉଥିଲା ବେଳେ ଏବେ ତାର ନଗ୍ନ ନମୁନା ପାଲଟିଛି ଖଜୁରିବନ୍ଧ ହୁଡ଼ା କାମ ଚାରଣାକୁ ଲାଭ ବାରଣା। ଅଭିଯୋଗ କରିବାକୁ କାହାରି ଦମନାହିଁ ! କାମ କରିବାର ଚାରିମାସ ହୋଇନାହିଁ ରୋଡ଼ ସବୁ ଫଡାଫଡା ହୋଇ ଫାଟି ଗଲାଣି। କେବଳ କାମ ନାମରେ ଶୋଷଣ ଚାଲିଛି ସେହିପରି ଚାରିମାସ ତଳେ କଇଁ ଫୁଲିଆ ବନ୍ଧ ହୁଡାର ଅବସ୍ଥା ସେୟା ଫାଟି ଆଁ କରିଛି। ନିକଟରେ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ଦେଡସହ (୧୫୦)ଛୋଟ ଛୋଟ ପିଲା ପାଠ ପଢୁଛନ୍ତି। ସାଧାରଣ ଅସତର୍କ ହୋଇଗଲେ ଜୀବନ ଚାଲି ଯିବାର ଭୟ ତଥାପି ଏଥିପ୍ରତି କାହାରି ନଜରନାହିଁ। BJDର ରାଜ ଚାଲିଥିବାରୁ ସୂଚନା ଅଧିକାରକୁ ମଧ୍ୟ ମାନ୍ୟବର ଅଧକ୍ଷ ବିରୋଧ କରୁଛନ୍ତି ! ସୂଚନା ଅଧିକାର ପ୍ରତି ଡର ଥିବାରୁ କିଛିଦିନ ତଳେ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଜିଲ୍ଲା ସଭାପତି ସମରଜିତ ମହାନ୍ତିକୁ ଗିରଫ କରିବା ଦାବିରେ ଥାନା ଘେରାଉ କରିଥିଲେ BJD କର୍ମୀ ଏଣୁ ନବୀନ ସରକାରଙ୍କୁ ଏବେ ଲୋକେ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କଲେଣି। କାରଣ ଗ୍ରାମଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି BJD ର ରାଜ ଚାଲିଛି ! ଏଣୁ କଥା କହିବାକୁ ମଧ୍ୟ ଆଜିକାଲି ଲୋକେ ଡ଼ରିବା ଆରମ୍ଭ କଲେଣି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top