ପୋଲସରା ର BJD ବିଧାୟକ ବିଦ୍ୟୁତ ଚୋରିକଲେ ମାଫ୍ !

ପୋଲସରା ୨୩-୨ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନିଜ ଗ୍ରାମ ହାତୀଓଟ ଠାରେ ସରକାରୀ ଜମି ଜବର ଦଖଲ କରି ଜରାଶ୍ରମ ନିର୍ମାଣ କରିଛନ୍ତି।ସେଠାରେ ବିଦ୍ୟୁତ ଚୋରି କରାଯାଇ ସଂଯୋଗ କରାଯାଇଛି ଏବଂ ବିଧାୟକ ଙ୍କ ବାପାଙ୍କ ନାମରେ ଥିବା ଗଙ୍ଗାଧର ସାହୁ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ କୁ ମଧ୍ୟ ଚୋରା ରେ ବିଦ୍ୟୁତ ସଂଯୋଗ କରାଯାଇଥିବା ସମ୍ପର୍କରେ ଛତ୍ରପୁର ବିଦ୍ୟୁତ ଥାନା ଏବଂ ଗଞ୍ଜାମ ଏସ.ପି ଙ୍କ ଠାରେ ତା.୦୨/୦୨/୨୦୧୮ ରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କେସ୍ ହୋଇନାହିଁ।ବିଦ୍ୟୁତ ଚୋରି ସମ୍ପର୍କରେ ସାଉଥକୋ ୟୁଟୀଲିଟ ପୁରୁଷୋତ୍ତମପୁର ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣଯନ୍ତ୍ରୀ ବ୍ରହ୍ମପୁର, ପ୍ରାଧିକ୍ରୁତ ଅଧିକାରୀ ବ୍ରହ୍ମପୁର କୁ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ।ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ଵଛ୍ୱ ଓ ନିର୍ମଳ କଥା କହୁଥିବାବେଳେ ତାଙ୍କ ଦଳର ବିଧାୟକ ସମାଜ ସେବା ନାମରେ ବିଦ୍ୟୁତ ଚୋରିକଲେ ମାଫ ! ପାଣ୍ଡିଆନ ସାହେବ ଙ୍କ ଆର୍ଶୀବାଦ ଥିଲାଯାଏ ଭ୍ରଷ୍ଟାଚାର ଓ ଅନିତି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ରାସ୍ତାଘାଟ ଚର୍ଚ୍ଚା ଚାଲିଛି।

Leave a Reply

Your email address will not be published. Required fields are marked *