ପୋଲସରା ରେ ଟିଉସନ ମାଳମାଳ ଟିଉସନ ଚଳାନ୍ତି ସରକାରୀ ଅଧକ୍ଷ ,ଅଧ୍ୟାପକ ଓ ଶିକ୍ଷକ

ପୋଲସରା ୧୨-୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ସହରରେ ବିନା ପଞ୍ଜି କରଣରେ ମାଳମାଳ ଟିଉସନ, ପ୍ରାଥମିକ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ମହା ବିଦ୍ୟାଳୟର ଅଧକ୍ଷ ଓ ଅଧ୍ୟାପିକଙ୍କ ପର୍ଯ୍ୟନ୍ତ।ପିଲାଙ୍କୁ ବାଧ୍ୟ ବାଧକ କରାଇ ଟିଉସନ କରାନ୍ତି। ଟିଉସନ ନକଲେ ଫେଲ ହେବାର ୯୯℅ ସୁନିଶ୍ଚିତ, ଏଣୁ ବାଧ୍ୟହୋଇ ପିଲାଏ ଟିଉସନ କରନ୍ତି।ଏପଟେ ବିଦ୍ୟଳୟ ଏବଂ ମହା ବିଦ୍ୟାଳୟରେ ଶିକ୍ଷକ ମାନେ ଉଦେଶ୍ୟ ମୂଳକ ଭାବରେ କ୍ଲାସ କରନ୍ତି ନାହିଁ।ଏଣୁ କଲେଜ ରାଜ ନୀତିରେ ଅଣଛାତ୍ର ପ୍ରବେଶ କରି ଗଣ୍ଡଗୋଳ ର ସୁତ୍ରପାତ କରନ୍ତି।ସରକାରୀ ଆଦେଶକୁ ଅଣଦେଖା କରି ପୋଲସରା ଅଞ୍ଚଳରେ ଚାଲିଥିବା ଟିଉସନ ମାନଙ୍କୁ ପଞ୍ଜିକୃତ କରାଇ ବେକାରୀ ଶିକ୍ଷିତ ଯୁବକ ଏବଂ ଅବସର ଗ୍ରହଣ କରିଥିବା ଅଧ୍ୟାପକ ଓ ଶିକ୍ଷକ ମାନଙ୍କୁ ନିଯୁକ୍ତି କରାଇ ସରକାରୀ କର୍ମଚାରୀ ମାନଙ୍କୁ ସରକାରୀ ଅଙ୍କୁଶ ମାଧ୍ୟମରେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ମାନଙ୍କରେ ନିୟମିତ କ୍ଲାସ କରାଇବା ପାଇଁ ବିଭାଗୀୟ କତ୍ତୁପକ୍ଷ ଙ୍କୁ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନଦେବା ପାଇଁ ବୁଦ୍ଧିଜୀବୀ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।ସରକାର ମଧ୍ୟ କେବଳ ବିଜ୍ଞାପନ ବାହାର କରିଦେଇ ନିରବଦ୍ରଷ୍ଟା ସାଜିବା ଠିକନୁହେଁ।ଏଣୁ କେଉଁ ବିଭାଗ ଟିଉସନ ମାନିଆକୁ ଅଙ୍କୁଶ ଲଗାଇ ସୁପରିଚାଳନା କରି ପାରିବ ତାର ସୁ ବନ୍ଦୋବସ୍ତ କରିବା ପାଇଁ ମଧ୍ୟ ଅଭିଭାବକ ମହଲରେ ବହୁ ସମା ଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *