ପୋଲସରା ବିଧାୟକଙ୍କ ପଣ୍ଡିତପୁଅ ମାଙ୍କଡ଼ ମାରିଲେ ଦୋଷନାହିଁ ନୀତି

ପୋଲସରା ୨୧-୧୦ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ)  ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଗୁମର ଖୋଲିଖୋଲି ଯାଉଛି। ପାୱାର ଲୋଭରେ ବହୁତ କିଛି ଏପଟ ସେପଟ କରିବାରେ ସିଦ୍ଧହସ୍ତ। କିନ୍ତୁ କୃତ କର୍ମର ଫଳଯେ ତାଙ୍କୁ ଭୋଗିବାକୁ ପଡ଼ିବ ଏକଥା ବୋଧେ ସେ ପାସୋରି ଯାଇଥିଲେ। ଏହିକଥା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ “କର୍ମନ୍ୟେ ବାଧିକାରସ୍ତୁ ମା ଫଳେସୁ କଦାଚନ” କର୍ମଫଳ ଯେ ଶତ ପ୍ରତିଶତ ପ୍ରାଣୀକୁ ଭୋଗିବାକୁ ପଡ଼ିବ ଏକଥା ମିଥ୍ୟା ନୁହେଁ। କିନ୍ତୁ ପାୱାର ବଳରେ ପୋଲସରା ବିଧାୟକ ଜାଣିଛନ୍ତି ଯେ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। କାରଣ ନବୀନ ସରକାରଙ୍କ ଶାସନରେ ଏହିଭଳି ଘଟଣା ନୀତି ଦିନିଆ ହୋଇ ଗଲାଣି, ଏଣୁ ତାଙ୍କୁ ଏକଥା କିଏ ପଚାରିବ ? କାହା ଜିଭରେ ହାଡ ଅଛି ? କାରଣ ଯେଉଁଦିନ ସତ୍ୟପାଠର ସମ୍ପୃକ୍ତ ଖବରଟି ବିବିଧ ସମ୍ବାଦ ରେ ପ୍ରଥମ ଥର ପାଇଁ “ବିଧାୟକଙ୍କ ସତ୍ୟପାଠ ଭୁଲ ନା ଠିକ ” ବୋଲି ପ୍ରକାଶ ପାଇଲା ସେହିଦିନ ତା:୦୭/୦୯/୨୦୧୭ ରିଖ ପୋଲସରା ବିଧାୟକଙ୍କ ଭାଇ ସୁଶାନ୍ତ ସାହୁ ଆଇନର ଆଶ୍ରୟ ନେବୁ ସମ୍ଭାଳିବାକୁ ସାହସ ଅଛିକି କହି ସୋସିଆଲ ମିଡିଆ ଗ୍ରୁପ ରେ ଧମକ ଦେଇଥିଲେ। ଜୈନିକ ସାମ୍ବାଦିକ ମଧ୍ୟ ପ୍ରତି ଉତ୍ତରରେ ହଁ ଭରିଥିଲେ। ଚଳିତ ମାସ ୧୨/୦୯/୨୦୧୭ ତାରିଖରେ ସମ୍ପୃକ୍ତ ଖବରଟିକୁ ନାଗରିକ ସୁରକ୍ଷା ମଞ୍ଚର ସଭାପତି ସମରଜିତ ମହାନ୍ତି ଙ୍କ ସମେତ ନାଗରିକ ସୁରକ୍ଷା ମଞ୍ଚର ଅନ୍ୟାନ୍ୟ ସଭ୍ୟମାନେ ଇଲକ୍ଟ୍ରୋନିକ ମିଡିଆ ମାଧ୍ୟମରେ ସାକ୍ଷାତ କାରରେ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ଦେଇ ସତ୍ୟତା ପ୍ରକାଶ କରିବା ପରେ ତାପର ଦିନ ୧୩ ତାରିଖଦିନ ଅଧିକାଂଶ ଦୈନିକ ଖବର କାଗଜ ରେ ପ୍ରକାଶ ପାଇଥିଲା। ସମ୍ପୃକ୍ତ ଖବରଟି ମାନ୍ୟବର ଇଲେକ୍ସନ କମିଶନର ଙ୍କ ନିକଟରେ ଦାଖଲ କରି ପ୍ରକୃତ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ବିହିତ କାର୍ୟ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରିଛନ୍ତି। ଏହା ଏବେ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯେ ଜଣେ ଲୋକ ପ୍ରତିନିଧି କେତେ ଭୟଙ୍କର ହୋଇପାରେ। ହେଲେ ସାକ୍ଷାତ କାରରେ ବିଧାୟକ କହିଛନ୍ତି ଯେ ଜନୈକ ସାମ୍ବାଦିକ କୁଆଡେ ତାଙ୍କୁ ତିନିଲକ୍ଷ ଟଙ୍କା ବଟି ମାଗିଥିଲେ, ନଦେଲେ ସେ ଆଗାମୀ ନିର୍ବାଚନ ନିମନ୍ତେ ବିଧାୟକଙ୍କର ନିର୍ବାଚନ ଟିକଟ କରାଇ ଦେବେନାହିଁ ବୋଲି ଧମକ ଦେଇଥିଲା।ସେତେବେଳେ ବିଧାୟକ କାହିଁକି ପୋଲିସ ର ଆଶ୍ରୟ ନେଇ ନଥିଲେ ? ଚୁପ ରହିଥିଲେ କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *