ପୋଲସରା ବିଜ୍ଞାନ ମହା ବିଦ୍ୟାଳୟର ଦୁର୍ନୀତି ବିରୋଧରେ ଆସନ୍ତା ୨୩ ତାରିଖ ରୁ ସମାଜ ସେବୀ ଗୋବିନ୍ଦ ମିଶ୍ର କରିବେ ଆମରଣ ଅନଶନ

ପୋଲସରା ୨୨/୭ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ବିଜ୍ଞାନ ମହା ବିଦ୍ୟାଳୟଟି ରାଜ ନୈତିକ ବାହୁଛାୟା ତଳେ ରହିବା ଯୋଗୁଁ ଛାତ୍ରଛାତ୍ରୀ ଙ୍କ ଠାରୁ ଜଇନ ବେଳେ କୋଟିକୋଟି ଟଙ୍କା ଆଦାୟ କରି,ବିନା ଟେଣ୍ଡରରେ ବିଭିନ୍ନ କାମ ଆଳରେ ଲକ୍ଷଲକ୍ଷ ଟଙ୍କାର ମିଛ ଭାଉଚର କରି ଅଧ୍ୟକ୍ଷ ମୋହଦୟ ଟଙ୍କା ଲୁଟି ଖାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ରାଜ ନେତାମାନେ ଘଣ୍ଟ ଘୋଡାଇ ଦୁର୍ନୀତିକୁ ଚପାଇ ଦେଉଛନ୍ତି।ତଳ ଦିନେ ଏହି ଅଧକ୍ଷ ଏଇ କଲେଜର ଜରୁରୀ କାଗଜପତ୍ର ପୋଡି ଦେଇ ଥିବାର ନଜର ରହିଛି।ସ୍ଥାନୀୟ ବିଧାୟକ କଲେଜ ପରିଚାଳନା କମିଟି ଗଠନ ନକରି ହାମ ବନ୍ଧା ନୀତିରେ ସଭାପତି କାର୍ଯ୍ୟ ସମ୍ପାଦନ କରୁଛନ୍ତି।ସେଥିପାଇଁ କଲେଜରେ ଛାତ୍ରଛାତ୍ରୀ ମାନେ ଦୁଇଦୁଇ ଥର ତାଲା ପକେଇଲେଣି।ଦୀର୍ଘ ଦିନରୁ ପ୍ରତି ବର୍ଷ ଛାତ୍ରଛାତ୍ରୀ ମାନେ କଲେଜର ନିଜସ୍ୱ ଜମିପଟା କରିବା ପାଇଁ ଅଭିଯୋଗ କରୁଥିଲେ ମଧ୍ୟ କେହି ଉଦ୍ୟମ ମଧ୍ୟ କରୁନାହାନ୍ତି।ସରକାରୀ ଦଳର ଲୋକେ କଲେଜ ଜମିରୁ ଖଣ୍ଡେଖଣ୍ଡେ ନିଜନିଜ ଅକ୍ତି ଅରକୁ ନେଉଛନ୍ତି।ପ୍ରଶାସନକୁ ଜଣାଇଲେ ମଧ୍ୟ ସେମାନେ କେବଳ ନିରବ ଦ୍ରଷ୍ଟା ସାଜିଛନ୍ତି। ନିକଟ ଅତୀତରେ ବି.ଡ଼ି.ଓ ମହାଶୟ କଲେଜ ଜମିରୁ JCB ହଟାଇଲେ ସିନା JCB ଟିକୁ ସିଜ କରି ପାରିଲେ ନାହିଁ ଏଣୁ ଏଥି ନିମନ୍ତେ ସମାଜ ସେବୀ ଗୋବିନ୍ଦ ମିଶ୍ର କଲେଜରୁ ଅଧକ୍ଷ ଡା. ଦିବାକର ମିଶ୍ରଙ୍କୁ ହଟାଇ ସ୍ଥାନୀୟ ଅଧକ୍ଷ ନିଯୁକ୍ତି ପୂର୍ବତନ ରାଜା ବଙ୍ଗଳାର ଡିମାକେସନ କରି କଲେଜ ନାମରେ ପଟା କରିବା ଏବଂ ନୂତନ କାର୍ଯ୍ୟକାରୀ କମିଟି ଗଠନ କରି କଲେଜରୁ ଦୁର୍ନୀତି ହଟାଇବା ବିରୁଦ୍ଧରେ ଆସନ୍ତା ୨୩ ତାରିଖ ଦିନ କଲେଜର ମୁଖ୍ୟ ଫାଟକ ନିକଟରେ ଆମରଣ ଅନଶନ କରିବା ପାଇଁ ଜିଲ୍ଳାପାଳଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରି ଥିବାର ଜଣା ପଡ଼ିଛି। ସମ୍ପୃକ୍ତ ଅନସନ ପାଇଁ ଛାତ୍ରଛାତ୍ରୀ ମାନଙ୍କ ସହ ସ୍ଥାନୀୟ ଲୋକଙ୍କ ସମର୍ଥନ ରହିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *