ପୋଲସରା ପୋଲିସ ଏବେ ସରକାରୀ ଗୁଣ୍ଡା !

ପୋଲସରା ୧୯-୫ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଥାନା ପୋଡିକୁ ଏବେ ୨୧ମାସ ପୁରିଲା ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିଲନାହିଁ।ସାଧାରଣ ଜନତାଙ୍କୁ ବିଧାୟକଙ୍କ ପ୍ରରୋଚନାରେ ରାତି ଅଧିଆ ଘରୁ ଉଠାଇ ମାଡ଼ମାରି ମିଥ୍ୟାକେସ ଗୁନ୍ଥି ଛାଡିଦେଲେ ପୋଲସରା ଅଞ୍ଚଳରେ ପୋଲିସ ଵାଲାଏ ରାଜନୀତିଆ ଙ୍କ ବୋଲକରା ଗୁଣ୍ଡାସାଜି ଦମନଲୀଳା ଚଳାଇ ଆସିଛନ୍ତି। ଥାନା ପୋଡିର ମୁଖ୍ୟ କାରଣ ଥିଲା। ଏଣୁ ଅଦ୍ୟାବଧି ପୋଲସରା ପୋଲିସର ହାତଖାଲି। ରାଜନୀତିଆଙ୍କ ଇଙ୍ଗିତରେ ଚାଲି ଲୋକଙ୍କୁ ଭୟଭୀତ କରାଇ କେସ କରୁଛନ୍ତି। ସମ୍ବଲପୁର ଅଇଁଠାପାଲି ଥାନାପୋଡି ଘଟଣାର ୪୮ଘଣ୍ଟା ମଧ୍ୟରେ ସରକାରୀ କାର୍ଯ୍ୟାନୁଷ୍ଠାନ ହୋଇ ପାରିଲା। କିନ୍ତୁ ୨୧ମାସ ବିତିଯାଇଥିଲେ ମଧ୍ୟ ପୋଲସରା ଥାନା ପୋଡିର ଚାର୍ଜସିଟ ମଧ୍ୟ ଦିଆ ହୋଇ ପାରିଲା ନାହିଁ।ବିଚ ରାସ୍ତାରେ ଗାଁ ଗହଳିର ଗୋଟାଏ ଚାଷୀ ପରିବାରର ଝିଅ S.D.P O ଦିଲ୍ଲୀପ ଦାସଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡେଇଲା ,ହଜାର ହଜାର ଜନତା ଦେଖୁଥିଲା ବେଳେ ସ୍ଥାନୀୟ ସାମ୍ବାଦିକ ମାନେ ମଝିରେ ପସି S.D.P.O ଙ୍କୁ ଉଦ୍ଧାର କରିଥିଲେ।ତଥାପି ସାମ୍ବାଦିକ ମାନଙ୍କ ଉପରେ ପୋଲସରା ପୋଲିସ ରାଜନୈତିକ ଚାପରେ କେସ ଲଗାଇଲେ ! ଥାନା ପୋଡିର ରାଗକୁ ସୁଝାଇବାକୁ ଯାଇ ଗତ ପଞ୍ଚାୟତ ନିର୍ବାଚନରେ ପାର୍ଥି ମାନଙ୍କୁ ଭୟଭୀତ କରାଇ କେତୋଟି ପଞ୍ଚାୟତକୁ ଅପ୍ରତିଦ୍ୱନ୍ଦୀ କରାଇ ପାରିଥିଲେ ଯାହାକି ମାନବଧିକାରଙ୍କୁ ଖୋଲାଖୋଲି ଉଲଂଘନ କରାଯାଇଛି !! ପୋଲସରା ରେ ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତା ମାନେ ପୋଲିସ ସହିତ ହାତ ମିଶାଇ ବ୍ଲୁ ପ୍ରିଣ୍ଟ ତିଆରି ଯୋଜନା ଚାଲିଥିବାର ଲୋକେ ଏବେଠାରୁ କୁହାକୁହି ହେଉଛନ୍ତି।ଏଣୁ ପୋଲସରା ପୋଲିସ ରାଜନୈତିକ ଆଭିମୁଖ୍ୟ ବଦଳାଇ ସେବା କରିବା ମନ ବୃତ୍ତିରେ କାର୍ଯ୍ୟକଲେ ଠିକ ଚାଲିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *