ଓଡ଼ିଶା

ପୋଲସରା ଖେଳ ପଡିଆ ଦୁର୍ନୀତିରେ ପୂର୍ବତନ ସରପଞ୍ଚ ସମେତ ପାଞ୍ଚଜଣଙ୍କ ନାମରେ ଭିଜିଲାନ୍ସ ବିଭାଗର ମକଦ୍ଦମା ରୁଜୁ

ପୋଲସରା ୩୦-୪ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଲକରେ ଗ୍ରାମୀଣ ଖେଳ ପଡିଆ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଜିଲ୍ଲା ସଭାପତି ସମରଜିତ ମହାନ୍ତି ସୂଚନା ତଥ୍ୟ ମାଧ୍ୟମରେ ଅଭିଯୋଗ ଆଣିଥିଲେ। ୧୯ଟି ଖେଳ ପଡ଼ିଆର ପତା ମିଳିନଥିଲା। ଏହି ଘଟଣାରେ ତଦନ୍ତ ପାଇଁ ପଞ୍ଚାୟତରାଜ ବିଭାଗ , ଜିଲ୍ଲାପାଳ , ପ୍ରକଳ୍ପ ନିର୍ଦେଶକ, ଡ଼ି. ଆର. ଡ଼ି. ଏ , ଭିଜିଲାନ୍ସ କୁ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ଶୀତଳ ହେବାରୁ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାର ଭିଜିଲାନ୍ସ ଡ଼ି.ଏସ.ପି, ବେଣୁଧର ନାୟକଙ୍କ ତଦନ୍ତ ପରେ ଜେ. ଡେଙ୍ଗାପଦର ଖେଳ ପଡିଆ ଦୁର୍ନୀତିର ତଦନ୍ତ କରି ମକଦ୍ଦମା ରୁଜୁ କରିଛନ୍ତି। କେସ ନଂ-୧୮ ତା- ୨୮/୦୪/୨୦୧୮ ଅନୁଯାୟୀ ୧୩(୨) , RW ୧୩(୧) , (C) (D) , pc act ୧୯୮୮ /୪୦୯/୪୨୦/୧୨୦ (B) IPC ରେ ଜେ. ଡେଙ୍ଗାପଦର ପୂର୍ବତନ ସରପଞ୍ଚ ସୁକାନ୍ତ କୁମାର ଭୂୟାଁ , ପୂର୍ବତ୍ତନ କନିଷ୍ଠ ଯନ୍ତ୍ରୀ ତଥା ବର୍ତ୍ତମାନ ସହକାରୀ ଯନ୍ତ୍ରୀ କୁକୁଡାଖଣ୍ଡି ବ୍ଲକ ଜଗବନ୍ଧୁ ଆଚାର୍ଯ୍ୟ , ପଞ୍ଚାୟତ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ବରାଡ଼, ଗାଁ ସାଥି କବିରାଜ ଦାସ, ଗ୍ରାମ ରୋଜଗାର ସେବକ ପିଙ୍କି ବିଶ୍ୱାଳଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ ହୋଇଛି। ୪୫୧୭୨୮/ଟଙ୍କା ଆତ୍ମସାଥ କରିଥିବା ତଦନ୍ତରୁ ଜଣା ପଡ଼ିଛି। ଅନ୍ୟସବୁ ଖେଳ ପଡ଼ିଆର ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ଖୁବଶୀଘ୍ର ମକଦ୍ଦମା ରୁଜୁ କରାଯିବ ବୋଲି ଭିଜିଲାନ୍ସ ଡ଼ି.ଏସ.ପି, ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top