ଓଡ଼ିଶା

ପୋଲସରା ଆର. ଡ଼ି. ରେ ଟେଣ୍ଡର ଫିକ୍ସିଂଙ୍ଗ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି 

ପୋଲସରା ୩୦-୪ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗ୍ରାମ୍ୟ ଉନ୍ନୟନ ବିଭାଗ ପୋଲସରା ସବ ଡିଭିଜନ ଅଧୀନରେ ଅନିୟମିତତା ଏବଂ ଟେଣ୍ଡର ଫିକ୍ସିଂଙ୍ଗ ଭଳି ଆଇନ ବିରୁଦ୍ଧ କାର୍ଯ୍ୟସବୁ ହୋଇଛି। ବୁଗୁଡା ସେକ୍ସନ ଅନ୍ତର୍ଗତ ଝୋଲାରୀ-ମାଣିତରା ନିର୍ମାଣଧୀନ ପୋଲ ଭୁଶୁଡିବା ଖବର ବିଭିନ୍ନ ଗଣ ମାଧ୍ୟମରେ ତା-୦୪/୦୯/୨୦୧୮ ରିଖରେ ପ୍ରକାଶ ପାଇଥିଲା। କିନ୍ତୁ ଏହି ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇନାହିଁ କିମ୍ବା କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ୨୦୧୩-୧୪ ଆର୍ଥିକ ବର୍ଷଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଟେଣ୍ଡର ଫିକ୍ସିଂଙ୍ଗ ହୋଇଛି। ନାବାର୍ଡ ସ୍କିମ, ପ୍ରଧାନମନ୍ତ୍ରୀ ସଡକ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟରେ ଗାଇଡ଼ ଲାଇନ ଉଲଂଘନ କରାଯାଇ ଟେଣ୍ଡର ଫିକ୍ସିଂଙ୍ଗ କରାଯାଇଛି। ଯଥା : ନାବାର୍ଡ ସ୍କିମ, ପ୍ରଧାନମନ୍ତ୍ରୀ ସଡକ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ଅନୁମୋଦନ ପଠାଇବାପରେ ସମ୍ପୃକ୍ତ ରାସ୍ତା ଉପରେ ମରାମତି କାର୍ଯ୍ୟ ଟେଣ୍ଡର ପ୍ରକାଶ ପାଇବା ପରେ ସମ୍ପୃକ୍ତ ରାସ୍ତାରେ ମରାମତି କାର୍ଯ୍ୟ, ଏଗ୍ରିମେଣ୍ଟ ପରେ ସଂପୃକ୍ତ ରାସ୍ତାରେ ମରାମତି କାର୍ଯ୍ୟ, କାର୍ଯ୍ୟ ଚାଲିଥିବା ସମୟରେ ମରାମତି କାର୍ଯ୍ୟ, କାର୍ଯ୍ୟ ସମାପ୍ତ ପରେ ମରାମତି କାର୍ଯ୍ୟକରି ଗାଇଡ଼ ଲାଇନ ଓ ଆଇନକୁ ଉଲଂଘନ କରି ରାଜକୋଷକୁ ସୁଚିନ୍ତିତ ଭାବରେ ହରିଲୁଟ କରାଯାଇଛି।ଏହି ଅଭିନବ ଉପାୟରେ ଟେଣ୍ଡର ଫିକ୍ସିଂଙ୍ଗ ହୋଇଥିବାରୁ ଏଥିରେ ସଂପୃକ୍ତ ଠିକାଦାର, ଯନ୍ତ୍ରୀ ଓ ନେତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଟେଣ୍ଡର ଫିକ୍ସିଂଙ୍ଗ ଗ୍ରହଣୀୟ ନୁହେଁ। ବିକାଶକୁ ବାଟବଣା କରୁଥିବା କ୍ଷମତାହୀନ ନେତା ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ମଧ୍ୟ ତଦନ୍ତହେବା ଆବଶ୍ୟକ। ଟେଣ୍ଡର ଫିକ୍ସିଂଙ୍ଗ ଘଟଣାରେ ସଂପୃକ୍ତ ନେତାଙ୍କ ସମ୍ପର୍କୀୟ ମଧ୍ୟ ସମ୍ପୃକ୍ତି ରହିଛନ୍ତି। ପୂର୍ବରୁ ଦୁର୍ନୀତି ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଛି ଏବଂ ସାମାଜିକ କର୍ମୀମାନେ ମଧ୍ୟ ବିଭିନ୍ନ ସମୟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତଦନ୍ତ ହୋଇନାହିଁ ଏବଂ ବିଭିନ୍ନ ରାସ୍ତାକୁ ନାମ ବଦଳାଇ ରାସ୍ତାକାର୍ଯ୍ୟ କରାଯାଇଥିବା ଅଭିଯୋଗ ମଧ୍ୟ ଆସୁଛି। ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଜିଲ୍ଲା ସଭାପତି ସମରଜିତ୍ ମହାନ୍ତି ସୂଚନା ଦେଇ କହିଛନ୍ତି। ଟେଣ୍ଡର ଫିକ୍ସିଂଙ୍ଗ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଘଟଣାକୁ ସାର୍ବଜନୀନ କରାଯିବା ସହ ଫୌଜଦାରୀ ମକଦ୍ଦମା ରୁଜୁ କରିବା ଏବଂ ରାଜକୋଷରୁ କ୍ଷତି ହୋଇଥିବା କୋଟି କୋଟି ଟଙ୍କାକୁ ଆଦାୟ କରାଯାଉ। ଏହି ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ, ଜିଲ୍ଲାପାଳ ଏବଂ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅବଗତ କରାଇଥିବା ଜଣାପଡିଛି। ତଦନ୍ତ ଆଳରେ ଦୁର୍ନୀତିକୁ ଚପାଇ ଦେବାପାଇଁ ଉଦ୍ୟମ କଲେ ବାଧ୍ୟହୋଇ ଉଚ୍ଚ ନ୍ୟାୟାଳୟରେ ମକଦମା ରୁଜୁ କରିବେ ବୋଲି ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଜିଲ୍ଲା ସଭାପତି ଶ୍ରୀ ମହାନ୍ତି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top