ଓଡ଼ିଶା

ପୋଖରୀ ରେ ବୁଡି ଦୁଇ ଶିଶୁକନ୍ୟା ମୃତ

ଘଟଗାଁ, ତା୧୬/୦୭(ଓଡ଼ିଆ ପୁଅ/ଭବନୀ ପ୍ରସାଦ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡଜାମୁପୋଷି ଗ୍ରାମରେ ଘଟଛି ଅଭାବନୀୟ ଘଟଣା। ଆଜି ଗ୍ରାମର ଢିପା ସାହି ପୋଖରୀରେ ବୁଡି ୨ ଶିଶୁ କନ୍ୟା ଙ୍କ ମୃତ୍ୟୁ ଘଟିଛି। ମୃତକ ଶିଶୁ କନ୍ୟା ଦୁଇ ଜଣ ହେଲେ ଗ୍ରାମର ଦୁଷ୍ମନ୍ତ ମଣ୍ଡାଙ୍କ ଝିଅ ପ୍ରିତି ମୁଣ୍ଡା ଓ ଲକ୍ଷ୍ମୀଧର ମଣ୍ଡାଙ୍କ ଝିଅ ବୈଜୟନ୍ତି ମୁଣ୍ଡା। ଶିଶୁକନ୍ୟା ଦୁଇଜଣ ଆଜି ଅଙ୍ଗନାୱାଡିରୁ ଫେରିବା ପରେ ପୋଖରୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ଯାଇଥିଲେ। ତେବେ ପରିବାର ଲୋକେ ଜମି କାମକରି ଫେରିବା ପରେ ଶିଶୁ ଦୁଇ ଜଣକୁ ନପାଇ ଖୋଜା ଖାଜି ଆରମ୍ଭ କରଥିବା ବେଳେ ଗ୍ରାମବାସୀ ପୋଖରୀରୁ ଶିଶୁ ଦୁଇ ଜଣକୁ ଉଦ୍ଧାର କରି ଘଟଗାଁ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘଷଣା କରଥିଲେ। ଖବର ପାଇ ଘଟଗାଁ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଶବ ଦୁଇଟିକୁ ବ୍ୟବଛଦ ପାଇଁ ପାଟଣା ପଠାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top