ଗଜପତି

ପୋଖରୀ ଅପରିଷ୍କାର ଯୋଗୁ ସାଧାରଣରେ ଅସନ୍ତୋଷ

ପାରଳାଖେମୁଣ୍ଡି,୧୨ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ୱାର୍ଡ ନଂ ୭ରେ  ଥିବା ଦୋଳବନ୍ଧ ପୋଖରୀ ସମ୍ପୁର୍ଣ୍ଣ ଅପରିଷ୍କାର ହୋଇ ପଡିଥିବାର ଦୃଷ୍ଟିକୁ ଆସିଛି । ଏହା ସହରର ପୁରାତନ ପୋଖରୀ ହୋଇଥିବା ବେଳେ ଏହି ନିକଟରେ ସେହି ସ୍ଥାନରେ ସହରର ପ୍ରସିଦ୍ଧ ଦୋଳ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି । ତେବେ ବର୍ତ୍ତମାନ ପୋଖରୀ ଭିତରକୁ ବିଭିନ୍ନ ଅପରିଷ୍କାର ଦ୍ରବ୍ୟ ଫୋପଡା ଯାଇ ଏହା ଅପରିଷ୍କାର ଦେଖାଯାଉଛି । ଏହାଦ୍ୱାରା ଅସ୍ୱାସ୍ଥ୍ୟକରଣ ପରିବେଶ ସୃଷ୍ଟି ହେବା ସହ ସହରର ସୌନ୍ଦର୍ଯ୍ୟ ମଧ୍ୟ ହ୍ରାସ ପାଉଛି । ଏହି ପୋଖରୀ ସହରର ଏକ ମୁଖ୍ୟ ରାସ୍ତାର ପାର୍ଶ ବର୍ତ୍ତୀ ଅଞ୍ଚଳରେ ରହିଥିବା ବେଳେ ଏହି ପୁରାତନ ପୋଖରୀ ସହରକୁ ଅଧିକ ସୁନ୍ଦର ଭାବେ କରିବାରେ ସହାୟକ ହୋଇଅଛି । ତେଣୁ ଏହି ପୋଖରୀକୁ ତୁରନ୍ତ ସଫା କରାଯାଇ ଏହାକୁ ପୁନରୁଦ୍ଧାର କରିବା ପାଇଁ ଅଞ୍ଚଳବାସି ନିବେଦନ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top