ପୋଖରୀରେ ମତ୍ସ୍ୟ ଉତ୍ପାଦନ

ତିର୍ତ୍ତୋଲ ୫-୭ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଂଅରା ପଞ୍ଚାତ ଧୂଅାଁପାରି ଗ୍ରାମରେ ୧୮ଏକର ପୋଖରୀରେ କରାଯାଇଥିବା ମାଛ ଚାଷକୁ ପରିଦର୍ଶନରେ ୱାଲ୍ଡଫିସ୍ ଏକ୍ସପଟ ମାନସ କୁମାର ସାହା, ଡ଼ଃ.ତ୍ରିଲୋଚନ ସ୍ୱାଇଁ, ନିବେଦିତା ପାଲିତ୍, ତିର୍ତ୍ତୋଲ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଏବିଡ଼ିଓ ଭଞ୍ଜକିଶୋର ନାୟକ, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଏଇଡ଼ିଏମ୍ ଅନିଲ କୁମାର ପଟ୍ଟନାୟକ, ଏଡ଼ିଏମ୍ ନାବାର୍ଡ଼ ଶାନ୍ତି ପ୍ରକାଶ ମହାପାତ୍ର, ତିର୍ତ୍ତୋଲ ବ୍ଲକ ଅତିରିକ୍ତ ମତ୍ସ୍ୟଅଧିକାରୀ ବିଜୟ ସେନାପତି ପ୍ରମୁଖ ଆସି ମତ୍ସ୍ୟ ଉତ୍ପାଦନର ସମୀକ୍ଷା କରିଥିଲେ। ବିଭିନ୍ନ ଯାଗାରେ ଥିବା ୨ଏକର ୪ଡ଼ି, ୧ଏକର ୯୨ଡ଼ି, ୧ଏକର ୨୨ଡ଼ି, ୩ଏକର ୨୭ଡ଼ି, ୯ଏକର ୩୦ଡ଼ି ମୋଟ ୧୮ ଏକରର ପୋଖରୀ ଦଳ ଓ ଅଳିଆ ଆବର୍ଜନା ସଫା କରାଯାଇ ମତ୍ସ୍ୟଚାଷ କରାଯାଇଥିଲା। ଜଗତସିଂହପୁର ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସାମଲଙ୍କ ତତ୍ତ୍ୱାବଧାନରେ ଗ୍ରାମର ୭୨ ଜଣ ଲୋକଙ୍କୁ ନେଇ ଏକ ଗୃପ ଯରିଆରେ ଏହି ପୋଖରୀରେ ମତ୍ସଚାଷ କରିବାପାଇଁ ଆଲୋଚନା କରି ସହଯୋଗର ହାତ ବଢ଼ାଇଥିଲେ। ମତ୍ସ୍ୟଚାଷ ପାଇଁ ଓଡ଼ିଶା ୱାଲ୍ଡଫିସ୍ ପ୍ରୋଜେକ୍ଟ ଜରିଆରେ ଗୃପକୁ ମାଛ ଜାଆଁଳ ଓ ମାଛଦାନା ଦେବା ସହିତ ଆର୍ଥିକ ସହାୟତା ଯୋଗାଇଦେଇଥିଲେ। ଏହାସହାୟତାରେ ମତ୍ସ୍ୟଚାଷୀମାନେ ବୋରୱଲ୍, କରି ଏହି ଅଳିଆ ଭର୍ତ୍ତି ପୋଖରୀର ପୁନରଉଦ୍ଧାର କରି ମତ୍ସ୍ୟଚାଷ କରିଥିଲେ। ମାତ୍ର ୪ ମାସ ମଧ୍ୟରେ ୧୮ ଏକର ପୋଖରୀରେ ମାଛଚାଷ କରି ବେଶ୍ ଫଳପ୍ରଦ ହୋଇଥିବା ମତ୍ସ୍ୟଚାଷୀମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଭୂତି ଭୂଷଣ ଦାସ, ନିତ୍ୟାନନ୍ଦ ଜେନା, ବାମଦେବ ସାହୁ, ଗଙ୍ଗାଧର ସାହୁ, ଆକୁଲା ସ୍ୱାଇଁ, ସଞ୍ଜୟ ନାୟକଙ୍କ ସମେତ ଅନ୍ୟ ମତ୍ସ୍ୟଚାଷୀମାନେ ଉପସ୍ଥିତ ରହିଥିବା ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *