ଓଡ଼ିଶା

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

ତିର୍ତ୍ତୋଲ୧୫/୦୪(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋକିପଦା ଗ୍ରାମରେ ଘଟିଛି ଅଘଟଣ। ଦୁଇଜଣ ନାବାଳିକା କନ୍ୟା ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଗ୍ରାମର ରସାନନ୍ଦ ଜେନା ଓ ରଶ୍ମିତା ଜେନାଙ୍କ ଝିଅ ମନସ୍ମିତା(୮) ଓ ଶରତ ଖଣ୍ଡୁଆଳ ଓ କବିତା ଖଣ୍ଡୁଆଳଙ୍କ ଝିଅ ରାକ୍ଷୀରାଣୀ(୯) ସାଙ୍ଗ ହୋଇ ପାଖରେ ଥିବା ପୋଖରୀକୁ ଗୋଧୋଇବାକୁ ଯାଇଥିଲେ। ଦିନ ୧୦ଟାରୁ ଗୋଧୋଇବାକୁ ଯାଇ ୧୨ ସୁଧା ନଫେରିବାରୁ ଘରଲୋକ ପୋଖରୀ ହୁଡ଼ାରେ ଦୁଇ ଜଣଙ୍କ ପୋଷାକ ଥିବା ଦେଖି ପୋଖରୀରେ ଖୋଜିଥିଲେ। ସେମାନଙ୍କୁ ପାଣିରୁ ଉଦ୍ଧାର କରି ସ୍ଥାନୀୟ ଲୋକେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମନସ୍ମିତା ଓ ରାକ୍ଷୀରାଣୀ ବୁଧାନାଥ ବିଦ୍ୟାଳୟର ୪ ର୍ଥ ଓ ୫ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ତିର୍ତ୍ତୋଲ ଥାନା ତରଫରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ଜବତ କରି ବ୍ୟବଛେଦପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top