ଓଡ଼ିଶା

ପୋଖରୀରେ ବୁଡି ୪ବର୍ଷର ବାଳକର ମୃତ୍ୟୁ

ହରିଚନ୍ଦନପୁର ତା ୨୩.୦୩ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଅଁରପୁର ଗ୍ରାମ ପଞ୍ଚାୟତର ମଧ୍ୟପୁର ଗ୍ରାମରେ ଶଶୁର ଘରେ ରହୁଥିବା ଯାଦବ ମୁଣ୍ଡାଙ୍କ ୪ବର୍ଷର ପୁଅ ବାପି ମୁଣ୍ଡା ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁଯାୟୀ ବାପି ପୋଖରୀକୁ ଖରା ସମୟରେ ଗାଧୋଇବାକୁ ଯାଇଥିଲେ । କୈୗଣସି କାରଣରୁ ଗାଧୋଇବା ସମୟରେ ପାଣିରେ ବୁଡି ଯାଇଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପାଣି ଉପରେ ଭାସିବା ସମୟରେ ଗ୍ରାମର ଗୋଟିଏ ଛୋଟ ବାଳକ ବାପାକୁ ପାଣି ଉପରେ ଭାବିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାରର ଲୋକେ ଘଟଣାସ୍ଥଳରେ ପହଞ୍ଚି ବାପାକୁ ପାଣିରୁ ଉଠାଇ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ । ଚିକିତ୍ସା ଆରମ୍ଭ ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇଥିବା ର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top