ଓଡ଼ିଶା

ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ

କୋରାପୁଟ ୨୮/୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।ଲମତାପୁଟ ବ୍ଲକ ଅନ୍ତର୍ଗତ ତୁଷୁବା ପଂଚାୟତର ଆଉଡିପଡା ଗ୍ରାମର ଝୁନୁ ବଡନାୟକ ଓ ଭାଇ ଲକ୍ଷ୍ଣଣ ବଡନାୟକ ଖରାଟିଆ ଧାନ କାଟିବାକୁ ବିଲକୁ ଯାଇଥିଲେ।ସାଥିରେ ତୁଲସି ବଡନାୟକ (୧୦ ବର୍ଷ) ଓ କବିତା ବଡନାୟକ (୮ବର୍ଷ)ଙ୍କୁ ଦୁଇଭାଇ ଖେଳିବାକୁ ନେଇଥିଲେ।ସେଠାରେ କିଛି ସମୟ ଖେଳିବା ପରେ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଚାଲି ଯାଇଥିଲେ।ଖାଇବା ସକାଶେ ୨ ଭାଇ ଝିଅମାନଙ୍କୁ ଡାକିଥିଲେ କିନ୍ତୁ ନ ମିଳିବାରୁ ପୋଖରୀ କୂଳରେ ଡ୍ରେସ ଥିବା ଦେଖି ଖୋଜାଖୋଜି କରିବା ପରେ ଉଦ୍ଧାର କରି ଆଶାକରଣ ମେଡିକାଲକୁ ନେଇଥିଲେ କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ୨ ଭାଇଙ୍କ ୨ ଝିଅ ମୃତ୍ୟୁପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top