Home ଓଡ଼ିଶା ପୋଖରୀରେ ବୁଡି ଯୁବକ ମୃତ

ପୋଖରୀରେ ବୁଡି ଯୁବକ ମୃତ

581

ହରିଚନ୍ଦନପୁର,ତା୧୪ ନଭେମ୍ବର,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ପୁରୁମୁଣ୍ଡା ଗ୍ରାମ ପୁରୁଣା ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି । ଖବର ଅନୁଯାୟୀ ଆଜି ସକାଳ ୬ଘଟିକା ସମୟରେ ଗ୍ରାମର ପୁରୁଷୋତ୍ତମ ବେହେରାଙ୍କ ପୁଅ ଯତିକୃଷ୍ଣ ବେହେରା(୩୫) ସ୍ବଛ ନିମନ୍ତେ ଗ୍ରାମ ନିକଟସ୍ଥ ପୁରୁଣା ପୋଖରୀକୁ ଯାଇଥିଲେ । ସେଠାରୁ ଫେରିବାରେ ବିଳମ୍ବ ହେବା କାରଣରୁ ପୁରୁଷୋତ୍ତମ ଖୋଜାଖୋଜି କରିବା ବେଳେ ପୋଖରୀ କଡ଼ରେ ଭାସୁଥିବାର ଦେଖି କୂଳକୁ ଉଠାଇଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଯତିକୃଷ୍ଣ ଛୋଟ ଥିବା ବେଳୁ ଆଆଁରାଛଟା(ବାତ) ରୋଗରେ ଆକ୍ରାନ୍ତ ଥିଲେ, ତାଙ୍କୁ କଟକ ବଡ ମେଡିକାଲରୁ ଆରମ୍ଭ କରି ଭୁବନେଶ୍ବରର ବିଭିନ୍ନ ମେଡ଼ିକାଲରେ ଚିକିତ୍ସା କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.