Home କେନ୍ଦୁଝର ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

45

ହାଟଡ଼ିହି, ୧୨ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଜଣେ ବ୍ୟକ୍ତି ପୋଖରୀରେ ବୁଡିଯାଇ ପ୍ରାଣ ହରାଇଛନ୍ତି । ଖବରରୁ ଜଣାଯାଇଛି ଯେ ଶାସଙ୍ଗ ଗ୍ରାମର ଛୋଟା ବେହେରା(୪୭) ନାମକ ଜଣେ ବ୍ୟକ୍ତି ଆଜି ଦିନ ୨ଟାବେଳେ ନିକଟସ୍ଥ ବାଲିଆ ପୋଖରୀକୁ ସବୁଦିନ ଭଳି ଆଜି ମଧ୍ୟ ଗାଧୋଇବାକୁ ଯାଇଥିଲା । ଗାଧୋଇବା ସମୟରେ ଅସାବଧାନତାରୁ ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ପରିବାର ଲୋକ ଓ ଗ୍ରାମର କିଛି ଯୁବକ ପୋଖରୀରେ ଖୋଜାଖେଜି କରିବାପରେ ତାକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ଅଭିଯୋଗ ହେବାପରେ ନନ୍ଦରପଦା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.