ପୋଖରୀକୁ ପୋତି କ୍ୟାବିନ ନିର୍ମାଣ-ସନସାଧାରଣରେ ଅସନ୍ତୋଷ

ଖଡିଆଳ/ନୂଆପଡା-୦୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ଡୁଆଝର ପଞ୍ଚାୟତର ଏକ ପୋଖରୀକୁ ପୋତି କ୍ୟାବିନ ନିର୍ମାଣ ହେଉଥିବା ଅଭିଯୋଗ ହେଉଛି। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସୂଚନା ମତେ ଡୁଆଝର ଗ୍ରାମନିକଟରେ ଥିବା ୨୦୦ ବର୍ଷ ସର୍ବପୁରାତନ ପୋଖରୀ ଭୂଲିଆବନ୍ଦ ୫୦ ଫୁଟ ଓସାର ସାଙ୍ଗକୁ ୧୦୦ ଫୁଟରୁ ଅଧିକ ଲମ୍ବ ରହିଥିବା ବେଲେ ଏହି ପୋଖରୀକୁ ଡୁଆଝର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପୋଖରୀର କିଛି ଅଂଶକୁ ପୋତି ୪ ଗୋଟି କ୍ୟାବିନ ନିର୍ମାଣ କରାଯାଉଥିବା ଜଣାପଡିଛି। ଫଳରେ ଏକ ପୁରୁଣା ପୋଖରୀକୁ ସର୍ବ ସାଧାରଣ ବ୍ୟବହାର କରୁଥିବା ବେଲେ ଏହି ପୋଖରୀକୁ ପୋତି କ୍ୟାବିନ ନିର୍ମାଣ କରାଯାଉଥିବାରୁ ଜନ ସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଏପରି କାର୍ଯ୍ୟକୁ ନାପସନ୍ଦ କରି ବନ୍ଦ କରିବାକୁ ଦାବି କରିଛନ୍ତି। ପଞ୍ଚାୟତର ଅଧିକାରୀ, ଜନପ୍ରତିନିଧି ଏବଂ କିଛି ପ୍ରଭାବଶାଳୀ ବ୍ୟକ୍ତି କ୍ୟାବିନ ଦିଆଯିବାର ଯୋଜନା କରି ଏହି କ୍ୟାବିନ ନିର୍ମାଣ ହେଉଥିବା ଡୁଆଝର ବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି କ୍ୟାବିନ ନିର୍ମାଣକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବ୍ରତ ବରାଲଙ୍କୁ ଯୋଗାଯୋଗ କରାଯିବାରୁ ଏହି କ୍ୟାବିନ ନିର୍ମାଣ ଦ୍ୱାରା ପଞ୍ଚାୟତର ଉନ୍ନତି ହେବ ବୋଲି ପ୍ରକାଶ କରିଥିଲେ। ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କ୍ୟାବିନ ନିର୍ମାଣକୁ ବନ୍ଦ କରି ଦୋଷି ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *