ପୋଇଜାମୁଳା ଗ୍ରାମରେ ସହିଦ ବିର୍ସା ମୁଣ୍ଡାଙ୍କ ୧୪୨ତମ ଜୟନ୍ତୀ ପାଳିତ

ଘଟଗାଁ,୧୫.୧୧(ଓଡିଆ ପୁଅ / ଭାବନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୋଇଜାମୁଳା ଗ୍ରାମରେ ମହାଆଡମ୍ବରେ ବିର୍ସା ମୁଣ୍ଡା ୧୪୨ ତମ ଜୟନ୍ତି ପାଳିତ ହୋଇଛି । ଗ୍ରାମର ଆଦିବାସୀ ଭାଇ ଭଉଣୀ ମାନେ ବିଭିନ୍ନ ଖେଳ ପ୍ରତିଯୋଗିତା ସହିତ ନାଚଗୀତ କରି ୪ ଦିନ ଧରି ଏହି ଜୟନ୍ତୀକୁ ପାଳନ କରିଥାନ୍ତି । ଚଳିତ ବର୍ଷ ଗ୍ରାମବାସୀ ମାନେ ନିଜର ଗ୍ରାମ ଦେବୀଙ୍କୁ ପୂଜାର୍ଚନା କରିବା ସହ ଆଦିବାସୀ ନୃତ୍ୟର ତାଳେ ତାଳେ ନାଚ ଗୀତ କରି ଶହିଦ ବିର୍ସା ମୁଣ୍ଡାଙ୍କ ଏକ ନୂତନ ପ୍ରତିମୂର୍ତି ଗ୍ରାମରେ ସ୍ଥାପନ କରାଯାଇଥିଲା । ୧୮୭୫ ମସିହା ନଭେମ୍ବର ୧୫ ତାରିଖରେ ବିର୍ସା ମୁଣ୍ଡା ଜନ୍ମ ଗ୍ରହଣ କରିଥିଲେ । ପଥର ଫଟାଇ କ୍ଷେତ ତିଆରି କରି ସୁନାର ଫସଲ ଫଳାଉଥିବା ଆଦିବାସୀ ଲୋକ ମାନେ ସେହି ସମୟରେ ଇଂରେଜ ମାନଙ୍କ ଦ୍ୱାରା ଶୋଷିତ ଓ ନିର୍ଜାତନାର ଶୀକାର ହେଉଥିଲେ । ଆଦିବାସୀଙ୍କ ଅଧିକାର ପାଇଁ ଇଂରେଜ ମାନଙ୍କ ବିରୋଧରେ ବିଳ୍ପବ ଆରମ୍ଭ କରିଥିଲେ ବିର୍ସା ମୁଣ୍ଡା । ଇଂରେଜ ବିରୋଧ ଲଢେଇ କରି ଜେଲ ଯାଇଥିବା ଏହି ବୀର ପୁରୁଷଙ୍କ ମୃତ୍ୟୁ ସହିତ ତାଙ୍କ ସଂଗ୍ରାମର ଅନ୍ତ ହୋଇଥିଲା । ତେବେ ସେହି ବିଳ୍ପବ ଓ ସଂଗ୍ରାମ ଦ୍ୱାରା ଆସିବାସୀ ମାନଙ୍କ ପାଇଁ ସମାଜରେ ସଂକ୍କାର ଆଣିଥିବା କାରଣରୁ ତାଙ୍କୁ ଭଗବାନଙ୍କ ମର୍ଯ୍ୟଦା ଦିଆଯାଇଛି । ଏଥି ସହିତ ଗ୍ରାମରେ ଆୟୋଜିତ ଏକ ସଭାର ବିଳ୍ପବଙ୍କ ଅମର କଥା ଆଲୋକପାତ କରାଯାଇଥିଲା । ନିଜ ସଂପ୍ରଦାୟର ବୀର ପୁରୁଷଙ୍କୁ ନିଜ ହୃଦୟରେ ସବୁଦିନ ସାଇତି ରଖିବା ସହ ସଂଗ୍ରାମୀଙ୍କୁ ସମ୍ନାନ ଜଣାଇବାପାଇଁ ପୋଇଜାମୁଳା ଗ୍ରାମବାସୀଙ୍କ ଏହି ପ୍ରୟାସ ସମୟାନୁକ୍ରମେ ଏକ ପରମ୍ପରରେ ପରିଣତ ହେବାକୁ ଯାଉଛି ।

One thought on “ପୋଇଜାମୁଳା ଗ୍ରାମରେ ସହିଦ ବିର୍ସା ମୁଣ୍ଡାଙ୍କ ୧୪୨ତମ ଜୟନ୍ତୀ ପାଳିତ

  1. Thanks a lot… Very good initiative as a Sachaa Odia Pua. My all good wishes for this initiation. All the very best. Padma Dash, Convenor, ORPF

Leave a Reply

Your email address will not be published. Required fields are marked *