ପୌରାଂଚଳ ସମୀକ୍ଷା ବୈଠକ ; ଡିସେମ୍ବର ସୁଦ୍ଧା ସମସ୍ତ ସହରବାସିନ୍ଦାଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରଦାନ କାର୍ଯ୍ୟ ଶେଷ କର- ସଚିବ

କୋରାପୁଟ ; ତା୧୦-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସମସ୍ତ ସହରବାସିନ୍ଦାଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ପ୍ରଦାନ ଶେଷ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ କମିଶନର ତଥା ସଚିବ ଜି. ମାଥି ଭାଥାନାନ ଉପସ୍ଥିତ ଜିଲ୍ଲାପାଳ, ଜିଲ୍ଲା ସହର ବିକାଶ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ସମ୍ମିଳନୀ ଗୃହଠାରେ ଦକ୍ଷିଣାଂଚଳ ରାଜସ୍ୱ ବିଭାଜନସ୍ଥ ପୌର ପରିଷଦର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ କମିଶନର ତଥା ସଚିବ ଜି. ମାଥି ଭାଥାନାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ବସ୍ତି ବାସିନ୍ଦାଙ୍କୁ କମିଟି ଦ୍ୱାରା ଚିହ୍ନଟ କରି ପଟ୍ଟା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପୌର ପରିଷଦ ତଥା ବିଜ୍ଞାପିତ ଅଂଚଳ ପରିଷଦରେ ପାନୀୟ ଜଳ ଓ ପରିମଳ କମିଟି ଗଠନ ହୋଇଛି କି ନାହିଁ ପ୍ରଶ୍ନ କରିଥିଲେ।ପାନୀୟଜଳ ନିରୀକ୍ଷକ ପାଇପ ସଂଯୋଗ କଲେ ପ୍ରୋତ୍ସାହନ ରାଶି ରହିଥିବା ସୂଚନା ଦେଇଥିଲେ।ଜଳ ଯୋଗାଣ ମେଳାରେ ପାଇପ ସଂଯୋଗ ନିମନ୍ତେ ଫର୍ମ ପୂରଣ କଲେ ରାସ୍ତା ମରାମତିର ଖର୍ଚ୍ଚ ଦେବାକୁ ପଡେ ନାହିଁ ବୋଲି ସେ ପ୍ରକାଶ କରିଥିଲେ।ଜଳ ଯୋଗାଣ ମେଳା କରି ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରିବାକୁ ପରାମର୍ଶ ଦେଇଥିଲେ।ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ୪ ଜଣିଆ କମିଟି ରହିଛି ଯେଉଁଥିରେ କନିଷ୍ଠ ଯନ୍ତ୍ରୀ, କାଉନସିଲର, ପୈାରପରିଷଦର ପ୍ରତିନିଧି ଓ ଜିଲ୍ଲାପାଳଙ୍କ ପ୍ରତିନିଧି ରହିଥିବା ସେ ସୂଚନା ଦେଇଥିଲେ।ଏହି କମିଟି ପ୍ରକଳ୍ପକୁ ଅନୁଧ୍ୟାନ କରିବାପରେ ପ୍ରକଳ୍ପ ଶେଷ ହୋଇଥିବା ବିନିଯୋଗ ପତ୍ର ଦେଲା ପରେ ଠିକାଦାର ପ୍ରାପ୍ୟ ପାଇପାରିବ ବୋଲି ସେ ପ୍ରକାଶ କରିଥିଲେ।ରାଜ୍ୟର ୩୦ ଟି ଜିଲ୍ଲାର ୧୧୫ ଟି କେନ୍ଦ୍ରରେ ଆହାର କାର୍ଯ୍ୟକ୍ରମ ଠିକଠାକ ଭାବେ ଚାଲୁଥିବା ସେ ସୂଚନା ଦେଇଥିଲେ। ସହରକୁ ଆଲୋକମୟ କରିବା ନିମନ୍ତେ ସମସ୍ତ ସହରର ସମସ୍ତ ଓାର୍ଡରେ ଲିଡ ବ୍ଲବ ଲଗାଇବାର ବନ୍ଦୋବସ୍ତ କରାଯାଇଛି ଯାହାକି ଡିସେମ୍ବର ମାସ ସୁଦ୍ଧା ଶେଷ ହୋଇଯିବ ବୋଲି ସେ ପ୍ରକାଶ କରିଥିଲେ।କୋଟପାଡ ବିଜ୍ଞାପିତ ଅଂଚଳ ପରିଷଦ ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ ସହର ହୋଇଥିବାରୁ ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟଙ୍କୁ ସମୀକ୍ଷା ବୈଠକରେ ସେ ସାଧୁବାଦ ଜଣେଇଥିଲେ।ସ୍ୱଛ ଭାରତ ମିଶନ ଆନୁକୁଲ୍ୟରେ ସହରରେ ପାଇଖାନା କାର୍ଯ୍ୟ ତୁରନ୍ତ ଶେଷ କରି କୋଟପାଡ ଭଳି ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ ସହରରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ।ସହରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ରାଜ୍ୟ ସରକାର ଇତିମଧ୍ୟରେ ୧୦ ଟି ଜିଲ୍ଲା ସହର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରିଥିବା ସେ ସୂଚନା ଦେଇଥିଲେ। ଏହି ବୈଠକରେ ୯ ଟି ଜିଲ୍ଲାର ୨୪ ଜଣ ନିର୍ବାହୀ ଅଧିକାରୀମାନଙ୍କ ସହ ନୂଆପଡା ଜିଲ୍ଲାପାଳ ପୋମା ଟୁଡୁ, ମାଲାକାନଗିରି ଜିଲ୍ଲାପାଳ ମନିଷ ଅଗ୍ରଓାଲ, କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ନବରଙ୍ଗପୁର ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର, ମ୍ୟୁନସିପାଲ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ପ୍ରମୁଖଙ୍କ ସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ସହର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।ଉଦଘାଟନୀ ପରେ ପ୍ରତ୍ୟେକ ପୌରାଂଚଳ ଓ ଏନଏସିର ସମୀକ୍ଷା କରାଯାଇଥିଲା।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ ଯୋଗଦେଇ ପରିଚାଳନା କରିଥିବା ବେଳେ ଏପିଡି ହିମାଂଶୁ ଶତପଥି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର, ଜରୁରୀକାଳୀନ ଅଧିକାରୀ ଦେବବ୍ରତ କରାତି, କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ, ମ୍ୟୁନସିପାଲଟି ଯନ୍ତ୍ରୀ ରମେଶ ମହାରଣା, ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର, କାର୍ଯ୍ୟାଳୟର ସୀମା ପଢିହାରୀ, ଅଶୋକ ସାହା ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *