ଅନୁଗୁଳ

ପୈତୃକ ସମ୍ପତିକୁ କେନ୍ଦ୍ର କରି ସମ୍ପର୍କିୀୟ ବଡ଼ ଭାଇକୁ ହତ୍ୟା

ଅନୁଗୋଳ,୯/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଶୁକ୍ରବାର ରାତିରେ ଅନୁଗୋଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରଜନୀପାଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ ସମ୍ପର୍କିୀୟ ସାନ ଭାଇଏବଂ ତାର ପୁଅମାନେ ବଡ଼ ଭାଇକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଅନୁଗୋଳ ଘଟଣାର ତଦନ୍ତ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିବାସହ ମୂଖ୍ୟ ଅଭିଯୁକ୍ତ ଏବଂ ତାର ୨ପୁଅକୁ ଗିରଫ କରିଛି । ସୂଚନା ମୁତାବକ,ରଜନୀପାଳ ଗ୍ରାମର ମୃତକ ଉଚ୍ଛବ ବେହେରା ପାଣ୍ଡବ ବେହେରାଙ୍କ ସମ୍ପର୍କିୟ ବଡ଼ ଭାଇ । ଭାଗ ବଂଟା ହୋଇ ନଥିବା ପୈତୃକ ସମ୍ପତିକୁ ନେଇ ଉଭୟଙ୍କ ମଧ୍ୟରେ ବାଦବିବାଦ ଲାଗି ରହିଥିଲା । ତେବେ ଶୁକ୍ରବାର ଦିନ ଏହି ବିବାଦ ଉଗ୍ର ରୂପ ନେଇଥିଲା । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଏପରି ଚରମ ସୀମାରେ ପହଂଚିଥିଲା ଯେ ପଣ୍ଡିତ ଏବଂ ତାର ପୁଅମାନେ ଏକ ଠେଙ୍ଗା ଦ୍ୱାରା ଉଚ୍ଛବକୁ ନିର୍ଦ୍ଧୁମ ପିଟି ଚାଲିଥିଲେ । ଏହାପରେ ପରିବାର ଲୋକେ ଗୁରୁତର ଅବସ୍ତାରେ ଉଚ୍ଛବଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଅଳ୍ପ ସମୟ ପରେ ଉଚ୍ଛବଙ୍କର ମୃତୁ୍ୟ ଘଟିଥିଲା । ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପାଣ୍ଡବ ଏବଂ ତାର ଦୁଇପୁଅଙ୍କୁ ପୋଲିସ ଗିରଫ କରିଥିବାର ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top