ପେରିଫେରାଲ ପବ୍ଲିକ ସ୍କୁଲର ଉନବିଂଶ ବାର୍ଷିକ ଉତ୍ସବ ପାଳିତ

ତାଳଚେର,୨୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ତାଳଚେର ବ୍ଲକ ଗୋବରା ପଂଚାୟତ ଅନ୍ତର୍ଗତ ପେରିଫେରାଲ ପବ୍ଲିକ ସ୍କୁଲର ୧୯ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ଉପ-ସଭାପତି ଦେବାଶିଷ ଘୋଷ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ,ମୁଖ୍ୟ ବକ୍ତାଭାବେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରାଣବନ୍ଧୁ ସାହୁ,ସମ୍ମାନୀତ ଅତିଥି ଭାବରେ ବଡଯୋରଡା ସରପଂଚ ସରସ୍ୱତୀ ସାହୁ,ଗୋବରା ସରପଂଚ କଳ୍ପନା ବେହେରା,ସମିତି ସଭ୍ୟ ସଞ୍ଜୟ ମହାଳିକ, କର୍ଣ୍ଣପୁର ସରପଂଚ ଲିଲିଭାରାଣୀ ସାହୁ,ସମିତି ସଦସ୍ୟା ଆରତୀ ସାହୁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ଗଡ଼ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସାଧାରଣ ସମ୍ପାଦକ ଆଇନଜୀବୀ ରାମଚନ୍ଦ୍ର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ସଭାପତି ସ୍ୱର୍ଗତ ନିରାକର ସାହୁ ଓ ଶିକ୍ଷାବିତ୍ ନିରାକର ପ୍ରଧାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଭାତ କୁମାର ରଥ ମଂଚ ପରିଚାଳନା କରିବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ସାହୁ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଜୀବନଯାପନ କରିବା ସହ ଗଭୀର ନିଷ୍ଠା,ଅଧ୍ୟାବସାୟ ବଳରେ ଆଦର୍ଶ ଛାତ୍ରଛାତ୍ରୀ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ଗୁଣନିଧି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *