ଜିଲ୍ଲା ପରିକ୍ରମା

ପେନସନ ପ୍ରଦାନରେ ପକ୍ଷପାତିତା ନେଇ ବୌଦ୍ଧ ଜିଲା ଅବସରପା୍ରପ୍ତ ଅଧ୍ୟାପକଙ୍କ ବିରୋଧ

ବୈାଦ୍ଧ,୩୧ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସପ୍ତମ ବେତନ କମିଶନ ସୁପାରିଶ ଅନୁଯାୟୀ ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ୨୦୧୬ ମସିହା ଜାନୁୟାରୀ ପହିଲାରୁ ପିଛିଲା ଭାବେ ବର୍ଦ୍ଧିତ ପେନସନ ବକେୟା ଦେବା ପାଇଁ ଓଡିଶା ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ମାତ୍ର ଏହାର ପକ୍ଷପାତିତା ନେଇ ବୌଦ୍ଧ ଜିଲା ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ଦୃଢ ବିରୋଧ କରିଛନ୍ତି । ଏନେଇ ଅବସରପା୍ରପ୍ତ ପ୍ରଧ୍ୟାପକ ଉଗ୍ରେସନ ନାଏକଙ୍କ ଅଧକ୍ଷତାରେ ଏକ ବୈଠକ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୬ ତାରିଖରେ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ନଂ-୭୬୫୧ ଅନୁଯାୟୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ୧.୧.୨୦୧୬ ପରିବର୍ତ୍ତେ ତା.୧.୧୦.୨୦୧୭ ରିଖଠାରୁ ବର୍ଦ୍ଧିତ ପେନ୍ସନ ଲାଗୁ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାତ୍ର ସରକାରଙ୍କ ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ବୌଦ୍ଧ ଜିଲା ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ଏହାକୁ ଦୃଢ ବିରୋଧ କରିଛନ୍ତି । ବୈଠକରେ ଅଧ୍ୟାପକ ଓ କର୍ମଚାରୀ ଚାକିରୀ ଆରମ୍ଭରୁ ଚାକିରୀ ସର୍ତ୍ତାବଳୀ ଅନୁଯାୟୀ ୯ ବର୍ଷ ପରେ ପୂର୍ଣ୍ଣ ଦରମା ପାଇଥିବା ବେଳେ ଅବସର ପରେ ତାଙ୍କ ପାଇଁ ୨୧ ମାସର ବର୍ଦ୍ଧିତ ବକେୟା ଦରମା ବିଚାରକୁ ନିଆ ନଯିବା ବଡ ଦୁଃଖ ଓ ପରିତାପର ବିଷୟ ବୋଲି ଉଦବେଗ ପ୍ରକାଶ କରାଯାଇଥିଲା । ସରକାର ଉକ୍ତ ବିଜ୍ଞପ୍ତିର ପୁନର୍ବିଚାର କରି ୨୦୧୬ ଜାନୁୟାରୀ ପହିଲାରୁ ବର୍ଦ୍ଧିତ ହାରରେ ପେନ୍ସନ ଓ ବକେୟା ପ୍ରଦାନ କରିବା ପାଇଁ ଦାବି କରାଯିବା ସହ ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଂଘ ତରଫରୁ ପ୍ରେରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top