ଓଡ଼ିଶା

ପେଟ ଫୁଲି ଫୁଲି ଚାଲିଛି: ଯନ୍ତ୍ରଣାରେ ଛଟପଟ ଦାମୋଦର: ଗରିବ ନିତ୍ୟାନନ୍ଦଙ୍କ ପରିବାରର ଦୁଃଖ ବୁଝିବ କିଏ?

ଔପଦା/ବାଲେଶ୍ୱର ୦୨/୦୧ (ଓଡ଼ିଆ ପୁଅ/ନରେନ୍ଦ୍ର ବେହେରା) ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତର ପାଇକପଡା ଗାଁର କୁଞ୍ଜବନସାହିର ନିତ୍ୟାନନ୍ଦ ନାଇକଙ୍କ ପରିବାର ବାସକରନ୍ତି। ପରିବାର କହିଲେ ବଡପୁଅ ଦାମୋଦର ଓ ତା’ର ମା’ ରମାମଣୀ, ୨ଭଉଣୀ ୧ ଭାଇ, ଜେଜେ ବାପା ଓ ଜେଜେ ମା’ା ନିତ୍ୟାନନ୍ଦର ବୟସ ୧୬ ବର୍ଷ ହୋଇଥିବାବେଳେ ଭାଇଭଉଣୀ ଛୋଟଛୋଟ। ଗାଁରେ ନିତ୍ୟାନନ୍ଦ ସବୁଠୁଁ ଅସହାୟ ଗରିବ ବିପିଏଲ ପରିବାର ଅଟେ। ଭୂମିହୀନ ହୋଇଥିବାରୁ ନିତ୍ୟାନନ୍ଦଙ୍କ ପିତାମାତାଙ୍କ ନାମରେ ସରକାରଙ୍କ ତରଫରୁ ମିଳିଛି ମାତ୍ର ତିନି(୩)ଡିସିମିଲ ଘରବାରି ପଟ୍ଟା।ମାତ୍ର ମିଳିଥିବା ପତ୍ତା ଜାଗାଟି ଚିହ୍ନଟ ହୋଇନପାରିବାରୁ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ପରିବାର ଲୋକ। ପରିବାର ପ୍ରତିପୋଷଣ ପାଇଁ ପର ଘରେ ମୂଲ ଲାଗିବାକୁ ପଡିଥାଏ ଏହି ଖଡିଆ ସଂପ୍ରଦାୟର ପରିବାରକୁ। ଗୁଣ୍ଠ ଶୂନ ବିଶ୍ୱା ନାସ୍ତି ଥିବା ଦାମୋଦରର ବାପା ଓ ମା’ପୁଅକୁ ପାଠ ପଢାଇବାରେ କେବେ କରି ନ ଥିଲେ ଅବହେଳା। ୧୬ ବର୍ଷ ବୟସରେ ପଦାର୍ପଣ କରିଥିବା ଦାମୋଦର ପାଠପଢାରେ ପ୍ରବଳ ଇଛାଥିବା ସତ୍ୱେ ୭ମ ଶ୍ରେଣୀରୁ ବନ୍ଦ କଲେ ପାଠପଢା। କାରଣ ପେଟ ହେଲା ବଇରୀ ତା’ ପାଇଁ। ଆଜକୁ ୪ବର୍ଷ ପୂର୍ବେ ଠିକ୍ ଥିବା ଦାମୋଦର ଏବେ ସମାଜର ସମସ୍ତଙ୍କର ଅଲୋଡା ହୋଇପଡିଛି।

ଧିରେଧିରେ ତା’ର ପେଟ ବଢିବଢି ବିରାଟ ଆକାର ଧାରଣ କରିଛି। ପେଟର ଆକୃତି ବଡିବା ଦେଖି ସ୍କୁଲ ପିଲାମାନେ ଜେତେବେଳେ ଧଟାତାମସା କଲେ ସେ ବାଧ୍ୟ ହୋଇସ୍କୁଲ ଯିବା ବନ୍ଦ ହେଲେ। ସେବେଠାରୁ ତା’ର ବାପାମା’ ଅନେକବାର ଡାକ୍ତରଙ୍କ ପାଖକୁ ନେଇଛନ୍ତି ପୁଅର ଚିକିତ୍ସା ନିମନ୍ତେ। ଏପଟେ ପୁଅର ଅସହ୍ୟ ପେଟ ଯନ୍ତ୍ରଣା ସେପଟେ ଦାରିଦ୍ରତା। ଦୁଃଖରେ ଭାଙ୍ଗି ନ ପଡି ବାପାମା’ଦାମୋଦରକୁ ଆରୋଗ୍ୟକରିବା ପାଇଁ ସ୍ଥାନୀୟ ଡାକ୍ତର ଠାରୁ ଆରମ୍ଭ କରି ବାଲେଶ୍ୱର ମେଡିକାଲ ଓ ପରେ କଟକ ଶିଶୁଭବନକୁ ନେଇଥିଲେ। ସେଠାରେ ଡାକ୍ତର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ଏ ରୋଗ ଭଲହେବାକୁ ହେଲେ  ବହୁ ଅର୍ଥର ଆବଶ୍ୟକତା ଅଛି ବୋଲି ଡାକ୍ତର ଦାମୋଦରର ବାପାମା’ଙ୍କୁ କହିଥିଲେ। କିଛିଦିନ କଟକରେ ରହି ଚିକିତ୍ସା ପରେ ଅଧିକ ଅର୍ଥ ଆବଶ୍ୟକତା ହେତୁ ଗାଁକୁ ଫେରି ଆସିଲେ ଦାମୋଦର ସହିତ ବାପାମା’।ବଡପୁଅ ଦାମୋଦରକୁ ଭଲ କରିବାପାଇଁ ଦାଣ୍ଡର ଭିକାରୀ ସାଜିଲାଣି ନିତ୍ୟାନନ୍ଦ ପରିବାର। ଗ୍ରାମବାସୀମାନେ ମଧ୍ୟ ଦାମୋଦର ପାଇଁ ଚେଷ୍ଟାକରି ବିଫଳ ହୋଇଛନ୍ତି। ସରକାରଙ୍କର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଥିଲାବେଳେ ସରକାର ଦାମୋଦରକୁ ସେହି ଯୋଜନାରେ ସାମିଲ କରି ଅସହାୟ ପେଟଯନ୍ତ୍ରଣାରେ ଛଟପଟହେଉଥିବା ଦାମୋଦରର ରୋଗ ଚିହ୍ନଟ ଓ ଚିକିତ୍ସା ହେଲେ ପରିବାର ମୁହଁରେ ହସଫୁଟି ପାରନ୍ତା। ଗ୍ରାମବାସୀ ଓ ଦାମୋଦରର ପରିବାର ସରକାଙ୍କୁ ଧନ୍ୟବାଦ ଦିଅନ୍ତେ। ତୁରନ୍ତ ସରକାର ଓ ବଦାନ୍ୟ ବ୍ୟକ୍ତି ସରେଯାଗର ହାତ ବଢାଇବାକୁ ଗାଁ ଠାରୁ ରାଜଧାନୀ ପର୍ଯ୍ୟନ୍ତ ସବୁ ମହଲକୁ ନିବେଦନ କରିଛନ୍ତି। ପୀଡିତ ଦାମୋଦର ବଞ୍ଚିବାକୁ ନିବେଦନ କରୁଥିବାବେଳେ ସୁସ୍ଥହେଲେ ପାଠପଢିବେ ବୋଲି ପ୍ରକାଶ କରିଛି। ଦାମୋଦରର ପେଟ ବୃଦ୍ଧିନେଇ ଶୋଇବା ବସିବା ତା’ ପାଇଁ ଆଉଏକ ସମସ୍ୟା ଦେଖାଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top