ଓଡ଼ିଶା

ପେଟ୍ରୋଲ, ଡ଼ିଜେଲ ଦରବୃଦ୍ଧିର ପ୍ରତିବାଦ: କଂଗ୍ରେସର ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ

ଭୁବନେଶ୍ୱର, ୧୦ା୯ (ଓଡ଼ିଆ ପୁଅ) – ଭାରତ ବନ୍ଦ ସମୟରେ କାଁ ଭାଁ ସ୍ଥାନରେ ଘଟୁଥିବା ହିଂସାକାଣ୍ଡକୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନାପସନ୍ଦ କରିବା ସହ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଅଂଶୁମାନ ମହାନ୍ତିଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇଛି। ଯେଉଁମାନେ ହିଂସାରେ ସଂପୃକ୍ତ ଥିଲେ ସେମାନଙ୍କର ତଥ୍ୟ ତଦନ୍ତ କମିଟି ପିସିସି ସଭାପତିଙ୍କୁ ପ୍ରଦାନ କଲା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ପ୍ରକାଶଥାଉକି ଖୋଲାଯାଇଥିବା କଂଟ୍ରୋଲ ରୁମ୍କୁ ଓଡିଶାର କୋଣ ଅନୁକୋଣରୁ ପାଖାପାଖି ହଜାରେରୁ ଉର୍ଦ୍ଧ୍ୱ କଲ୍ ଆସିଥିଲା। ସେମାନଙ୍କର ସମସ୍ତ ଅସୁବିଧାକୁ ବିନମ୍ରତା ପୂର୍ବକ କଂଗ୍ରେସ କର୍ମୀମାନେ ସହଯୋଗର ହାତ ବଢାଇ ଥିବାରୁ ସେମାନେ ପୁନଃ ପିସିସିକୁ ଧନ୍ୟବାଦ ଅର୍ପଣ କରିଥିଲେ।

ଦେଶରେ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନ ଗ୍ୟାସ ଦର ଅହେତୁକ ବୃଦ୍ଧିପାଉଥିବା ଏବଂ କେନ୍ଦ୍ରର ବିଜେପି ସରକାର ତାହାକୁ ଜିଏସ୍ଟି ପରିସରଭୁକ୍ତ କରୁନଥିବା ତଥା ରାଜ୍ୟରେ ବିଜେଡ଼ି ସରକାର ପେଟ୍ରୋଲିୟମ ସାମଗ୍ରୀ ଉପରୁ ଭାଟ୍ ହ୍ରାସ କରୁନଥିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଆହ୍ୱାନ ଓଡ଼ିଶାରେ ସଂପୂର୍ଣ୍ଣ ସଫଳ ହୋଇଛି। ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ଯୁବପିଢି, ମଧ୍ୟମ ଓ ନିମ୍ନମଧ୍ୟବିତ, ଗୃହିଣୀଙ୍କୁ ସର୍ବାଧିକ ବାଧୁଥିବା ଦୃଷ୍ଟିରୁ ସେପ୍ଟେମ୍ବର ୧୦ରେ କଂଗ୍ରେସର ବନ୍ଦ ଡାକରା ପ୍ରତି ଜନସାଧାରଣଙ୍କର ସ୍ୱତଃସ୍ଫୁର୍ତ ସମର୍ଥନ ମିଳିଥିଲା। ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ତାହା ପରବର୍ତ୍ତୀ ସମୟରେ ରାସ୍ତାରେ ଗାଡ଼ିମଟର ଚଳାଚଳ କରିନଥିଲା। ବନ୍ଦ ପାଳନ ଯୋଗୁଁ ବସ, ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଏହି କାରଣରୁ ସୋମବାର ପୂର୍ବତଟ ରେଳପଥର ୧୦ ଯୋଡା ଟ୍ରେନକୁ ସଂପୂର୍ଣ୍ଣ ଭାବେ ବାତିଲ କରାଯାଇଥିଲା। ଏତଦ୍ବ୍ୟତୀତ ବହୁ ଦୂରଗାମୀ ଟ୍ରେନ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା। କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି କେନ୍ଦ୍ର ବିଜେପି ସରକାର ତୈଳଦରକୁ ଯେଭଳି ବେଲଗାମ ଭାବେ ବୃଦ୍ଧି ହେବାକୁ ଛାଡି ଦେଇଛନ୍ତି, ତାକୁ ବିରୋଧ କରିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବନ୍ଦପାଳନ ସମୟରେ କୋ÷ଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ଘଟିନାହିଁ। ପ୍ରଥମ ଥର ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ, କୋ÷ଣସି ଜରୁରୀ କାମରେ ଯାଉଥିବା ବ୍ୟକ୍ତିଙ୍କ ଯାତ୍ରାରେ ଯେଭଳି କୋ÷ଣସି ବାଧା ସୃଷ୍ଟି ନ ହୁଏ ତାହା ନିଶ୍ଚିତ କରିବାକୁ କଂଗ୍ରେସର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଏକ କଂଟ୍ରୋଲ ରୁମ୍ ଖୋଲାଯାଇଥିଲା। ଯାନବାହନ ଚଳାଚଳ ସହିତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ କଲେଜ ଆଦି ବନ୍ଦ ରହିଥିଲା। ସରକାରୀ କାର୍ଯ୍ୟାଳୟ ଖୋଲାଥିଲେ ମଧ୍ୟ ଉପସ୍ଥାନ ନଗଣ୍ୟ ରହିଥିଲା। ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ସକାଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମାଷ୍ଟରକ୍ୟାଂଟିନ ଛକରେ ପିକେଟିଂ କରିବାପରେ ବିଧାନସଭା ସମ୍ମୁଖକୁ ଯାଇ ବିଧାୟକମାନେ ବିଧାନସଭା ନଯିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ସହିତ ଦଳୀୟ ବିଧାୟକ ତାରାପ୍ରସାଦ ବାହିନୀପତି, ଅଂଶୁମାନ ମହାନ୍ତି ଉପସ୍ଥିତ ଥିଲେ। ସେହିଭଳି ଏଜି ଛକରେ ଏଆଇସିସି ପ୍ରଚାର କମିଟି ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ବିରୋଧୀଦଳ ନେତା ନରସିଂହ ମିଶ୍ର, ଓଡ଼ିଶା ପିସିସିର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ବିଧାୟକ ତାରାପ୍ରସାଦ ବାହିନୀପତି ଓ ଅଂଶୁମାନ ମହାନ୍ତି, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସୁରେଶକୁମାର ରାଉତରାୟ, ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପ୍ରାକ୍ତନ ବିଧାୟକ କୁମାର ଚିରଞ୍ଜିବ, ସେବାଦଳ ମୁଖ୍ୟ ସଂଗଠକ ବିରେନ୍ ମୋହନ ପଟ୍ଟନାୟକ ଓ ସେବାଦଳ ରାଷ୍ଟ୍ରୀୟ ପ୍ରଭାରୀ ଚନ୍ଦ୍ରପ୍ରକାଶ ବାଜପାୟୀ, ସାଧାରଣ ସଂପାଦକ ସଂଗ୍ରାମ କେଶରୀ ଜେନା, ଓଡ଼ିଶା ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, କିଶୋର ଜେନା, ମନୋରଂଜନ ଦାଶ, ପିସିସି ସଂପାଦକ ପ୍ରକାଶ ଜେନା, ଅଂଚଳ ବଟୁ, ଅଜୟ ମହାପାତ୍ର, ସୁଶାନ୍ତ ବେହେରା, ସତ୍ୟସ୍ମିତ ମହାନ୍ତି, ନିରଞ୍ଜନ ନାୟକ, ଚିନ୍ମୟ ଦାସ ମାନସ ଆଚାର୍ଯ୍ୟ, ଆଲୋକ ମହାନ୍ତି, ନାରାୟଣ ଜେନା, ରଜନୀ ଦାସ, ଲିଙ୍ଗରାଜ ସାହୁ, କୈଳାସ ସାହୁ, ଅଲେଖ ସାମଲ ପ୍ରମୁଖ ଉପସ୍ଥିତ ରହି ପିକେଟିଂ କରିଥିଲେ। ମାଷ୍ଟରକ୍ୟାଂଟିନ ଛକରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହିତ ଏଆଇସିସିର ଅନିଲ ଚୋ÷ଧୁରୀ, ଏଆଇସିସି ସଂପାଦକ ଜି ରୁଦ୍ରରାଜୁ, ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ମାନସ ଚୋ÷ଧୁରୀ, ସତ୍ସଙ୍ଗ ବିହାରଠାରେ ରାଜ୍ୟ ଛାତ୍ରକଂଗ୍ରେସ ଆବାହକ ଇତିଶ ପ୍ରଧାନ ରହି ପିକେଟିଂ କରିବା ସହିତ ତୈଳଦର ବୃଦ୍ଧିକୁ ବିରୋଧ କରିଥିଲେ। ପ୍ରଦେଶ କଂଗ୍ରେସ ସଂପାଦକ ସର୍ବଶ୍ରୀ ସୁଶାନ୍ତ ତ୍ରିପାଠୀ ଓ ପଦ୍ମାକର ଗୁରୁଙ୍କ ନେତୃତ୍ୱରେ ୨୦୦ ରୁ ଉର୍ଦ୍ଧ୍ୱ ସାଇକେଲଧାରୀମାନେ ସହିଦ ନଗର, ରାମମନ୍ଦିର ଛକ, ମାଷ୍ଟରକ୍ୟାଂଟିନ୍, ବିଧାନସଭା ସମ୍ମୁଖ, ଏଜି ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଏୟାରପୋର୍ଟ ଛକ ଦେଇ ବନ୍ଦରେ ସାମିଲ ହୋଇଥିଲେ। କଂଗ୍ରେସର ବନ୍ଦ ଡାକରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପଛପଟ ଗେଟ୍ବାଟେ ବିଧାନସଭା ମଧ୍ୟକୁ କଡା ସୁରକ୍ଷା ମଧ୍ୟରେ ପ୍ରବେଶ କରିଥିଲେ। କଟକ, ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା। ପୋଲିସ କମିଶନର ସତ୍ୟଜିତ ମହାନ୍ତି ବିଭିନ୍ନ ସ୍ଥାନ ଗସ୍ତକରି ନିଜେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ପୋଲିସ ଏଜି ଛକରେ ପିକେଟିଂ କରୁଥିବା ଏଆଇସିସି ପ୍ରଚାର କମିଟି ସଦସ୍ୟ ଭକ୍ତଚରଣ ଦାସଙ୍କ ସମେତ ୫୦ ଜଣଙ୍କୁ ଗିରଫ କରିନେଇଥିଲା। ଏହା ପୂର୍ବଦିନ କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନଓ ଚୌଧୁରୀ ଓ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୋଟରସାଇକେଲ ଶୋଭାଯାତ୍ରାରେ ଯାଇ ବନ୍ଦ ସପକ୍ଷରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ପ୍ରାକ୍ତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ସୁମିତ୍ରା ଜେନା, ଦୀପା ଚୌଧୁରୀ, ଶ୍ରୀୟା ମହାନ୍ତି, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ବିଣାପାଣି ସାମଲ, ଫର୍ଜନା ତବସୁମ୍, ଭାଗ୍ୟଶ୍ରୀ ପ୍ରଧାନ, ସନ୍ଧ୍ୟା ମହାପାତ୍ର, ପ୍ରଣତି ମିଶ୍ର, ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ଅମୀୟ ପାଣ୍ଡବ, ଦେବୀ ପୃଷ୍ଟି, ରବିନ୍ଦ୍ର ଆଚାର୍ଯ୍ୟ, ନରେଶ ମହାନ୍ତି, ଜୟକୃଷ୍ଣ ମାଲିଆ, ରାଜକିଶୋର ବାରିକ, ରଂଜିତ୍ ପାତ୍ର, ସଂକୁନା କହଁର, ଜୟକୃଷ୍ଣ ସୁବୁଦ୍ଧି, ଅଶୋକ ଦାସ, ଆଶିଷ ସ୍ୱାଇଁ, ମନୋଜ ସାହୁ, ସୁବ୍ରତ ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକଗଣ ସକ୍ରୀୟ ଭାବରେ ବନ୍ଦରେ ସାମିଲ ହୋଇଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ଏହି ବନ୍ଦ ପାଳନ କରାଯାଇଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ନେତୃବୃନ୍ଦ, କର୍ମୀ, ଶୁଭେଚ୍ଛୁ ଏବଂ ରାଜ୍ୟବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହିତ ଆଗାମୀ ନିର୍ବାଚନ ବିଜେପି ପାଇଁ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top