ପେଟ୍ରୋଲ-ଡ଼ିଜେଲର ଦରବୃଦ୍ଧି ବିରୁଦ୍ଧରେ ଯୁବ-ଛାତ୍ର ବିଜେଡ଼ି ପକ୍ଷରୁ ବିକ୍ଷୋଭ

ସମ୍ବଲପୁର, ୯/୯ (ଓଡ଼ିଆ ପୁଅ) – ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଏବଂ ଏହାଦ୍ୱାରା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ଆଜି ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳର ମହିଳା, ଯୁବ ଏବଂ ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲାବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାର ସମ୍ବଲପୁର, ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲିର ବିଭିନ୍ନ ପେଟ୍ରୋଲ ପମ୍ପ ମାନଙ୍କରେ ଦୀର୍ଘ ସମୟ ଧରି ଦଳର କର୍ମକର୍ତ୍ତା ଓ କର୍ମୀମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବା ସହିତ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିର କାରଣ ଏବଂ ଏଥିରେ କେନ୍ଦ୍ର ସରକାରଙ୍କ ବିଫଳତା ନେଇ ପ୍ରଚାରପତ୍ର ବିତରଣ କରିଥିଲେ। ସହରର ମୁଦିପଡ଼ା, ବୁଢ଼ାରଜା, ଗୋବିନ୍ଦତୋଲା, ମ୍ୟୁନିସିପାଲଟୀ ଛକ, ରିଜର୍ଭ ପୋଲିସ ଲାଇନ, କମିଶନର୍ସ କଲୋନୀ ପ୍ରଭୃତି ସ୍ଥାନରେ ଥିବା ପେଟ୍ରୋଲ ପମ୍ପମାନଙ୍କରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ବିଜେଡ଼ି ବିଧାୟିକା ଡା. ରସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ଜିଳ୍ଲା ସଭାପତି ଆର୍ତ୍ତତ୍ରାଣ ମିଶ୍ର, ପ୍ରଦୀପ ଦୋରା, କବିତା ପୁରୋହିତ, ଉଷା ପ୍ରଧାନ, ଅଶୋକ କୁମାର ସେନାପତି, ରୀତାଞ୍ଜଳି ସୁହୁଲା, କୁସୁମ କିଶୋର ପଣ୍ଡା, ସାକିର ହୁସେନ, ଦେବାଶିଷ ପରିଡ଼ା, ଶ୍ରଦ୍ଧାଞ୍ଜଳି ପୁରୋହିତ, ରୂପାଞ୍ଜଳି ରଣବିଡ଼ା, ହେମନ୍ତ ସୁନା, କାଳିଆ କୁସୁମ, ଶୁଭାଶିଷ ବେହେରା, ପ୍ରେମରାଜ ମରେଇ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ସୁବାଷ ଜେନା, ମହିଳା ଶାଖା ସଭାନେତ୍ରୀ ରାଜଲକ୍ଷ୍ମୀ ପ୍ରଧାନ, ଛାତ୍ର ଶାଖାର ସଭାପତି ସିଦ୍ଧାନ୍ତ ମହାନ୍ତିଙ୍କ ସହିତ ବସନ୍ତ ମିଶ୍ର, ଆନନ୍ଦ ବଡ଼ଗୟାଁ, ସୁରୁବାବୁ ମେହେର ପ୍ରମୁଖ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିଥିଲେ।

ସେହିଭଳି ରାଜ୍ୟ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ସଞ୍ଜିତ କୁମାର ମହାନ୍ତି, ଜିଲ୍ଲା ମହିଳା ଶାଖା ସାଧାରଣ ସମ୍ପାଦିକା ସଙ୍ଗୀତା ସ୍ୱାଇଁ, ଯୁବନେତା ମିଲନ ହୋତା, ଅନୁଜ ଜେନା, ଲକ୍ଷ୍ମୀ ମହାପାତ୍ର, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ମହମ୍ମଦ ଅଜ୍ଜୁଙ୍କ ନେତୃତ୍ୱରେ ବୁଢ଼ାରଜା ପ୍ରଭୃତି ସ୍ଥାନରେ ଥିବା ପେଟ୍ରୋଲ ପମ୍ପରେ ବିକ୍ଷୋଭ ପ୍ରଦର୍ଶନ ସହିତ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏସଡ଼ିଏ ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି, ପୂର୍ବତନ ଜିଳ୍ଲା ସଭାପତି ଶ୍ରୀ ମିଶ୍ର, ଅଶୋକ ସେନାପତି ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *