ପେଟ୍ରୋଲ ର ଓଜନ ଓ ମାନକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଅପମିଶ୍ରିତ ତେଲ ଯୋଗୁଁ ଗାଡିର ମାଇଲେଜ ଆସୁନାହିଁ !

ରାୟଗଡା–୩୧/୫ (ଓଡ଼ିଆ ପୁଅ/ସଂଗ୍ରାମ ପଟ୍ଟନାୟକ) ଗତ କିଛି ଦିନ ଉତର ପ୍ରଦେଶର ପେଟ୍ରୋଲ ପମ୍ପ ଗୁଡିକରେ ଯେଉଁଭଳି ଭାବେ ହେଉଥିବା ଦୁର୍ନିତ ପଦାକୁ ଆସିଲା ତାହ ବର୍ତମାନ ଓଡିଶାରେ ହେବାକୁ ଲାଗିଲାଣି। ଭୂବନେଶ୍ୱରେ ବର୍ତମାନ ଯେପରି ପେଟ୍ରୋଲ ପମ୍ପରେ ପେଟ୍ରୋଲର ଓଜନ ଏବଂ ମାନକୁ ନେଇ ଯୋଗାଣ ଏବଂ ଓଜନ ଓ ମାପ ବିଭାଗ ଦ୍ୱାରା ୧୪ ଗୋଟି ପେଟ୍ରୋଲ ପମ୍ପରେ ଚଢାଉ ହୋଇଥିଲା। ଚଢାଉ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଛି।

ସେହିପରି ଗତ କିଛି ଦିନରେ ତଳେ ରାୟଗଡା ସହରର ଏକ ପେଟ୍ରୋଲ ପମ୍ପ ଉପରେ ଯୋଗାଣ ବିଭାଗ ଚଢାଉ କରି ପେଟ୍ରୋଲ ମାନ ଏବଂ ଗ୍ରାହକଙ୍କୁ ଦେଉଥିବା ପେଟ୍ରୋଲର ଓଜନ ଠିକ୍ ନଥିବା ଦର୍ଶାଇ ୫ ହଜାର ଟଙ୍କା ଜରିମାନ ପକାଇଥିଲେ। ଜରିମାନ ପକାଇ ଏବଂ ଆଦାୟ କରି ସରକାରୀ ବାବୁ ମାନେ ସେମାନଙ୍କ କାମ ସୂଚାରୁରୂପେ ସଂପାଦନା କରିଛନ୍ତି ବୋଲି ଭାବୁଥାନ୍ତି। କିନ୍ତୁ ଫଳ ଠିକ୍ ଉଲଟା ଏହିଭଳି ଜରିମାନ କୁ ପେଟ୍ରୋଲ ପମ୍ପର ମାଲିକ ମାନେ ଖାତିର କରି ନଥାନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରାୟଗଡା ସହରରେ ୮ ଗୋଟି ପେଟ୍ରୋଲ ପମ୍ପ ରହିଛି। ଏବଂ ପ୍ରତ୍ୟେକ ପମ୍ପରେ ଲୋକଙ୍କ ଭିଡ ଜମିଥାଏ ତେଲ ପକାଇବା ପାଇଁ। ଲୋକଙ୍କ କହିବାନୁସାରେ ରାୟଗଡା ସହରରେ ଥିବା ୨ ରୁ ୩ ଗୋଟି ପମ୍ପରେ ଗ୍ରାହକଙ୍କୁ ଅଭିନବ ଉପାୟରେ ଠକୁଛନ୍ତି। ଏକ ସ୍ୱତନ୍ତ୍ର ଧରଣର ଚିପ ପେଟ୍ରୋଲ ପମ୍ପର ମେସିନେରେ ଖଂଜି ୧ ଲିଟର ପରିର୍ବତେ ୯୪୦ ମିଲି ଲିଟର ମିଳୁଛି। ଏହିଭଳି ଖୁଲାମଖୁଲା ଭାବେ ହୋଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ସାଧାରଣରେ ଚର୍ଚ୍ଚା ହେଉଛି। ସେହିଭଳି ଯଦି ପେଟ୍ରୋଲ ରେଟ ବଢିବା ଆଗରୁ ପେଟ୍ରୋଲ ପମ୍ପର ମାଲିକ ମାନଙ୍କୁ ଖବର ଆସେ ତାହା ହେଲେ ପେଟ୍ରୋଲ ପମ୍ପ ଆଗରେ ଆଉଟ ଅଫ ଷ୍ଟୋକ ର ଏକ ବୋର୍ଡ ଝୁଲାଇ ଦିଅନ୍ତି।

ପେଟ୍ରୋଲ ପମ୍ପ ଗୁଡିକ ସରକାରଙ୍କ ନିୟମାବଳୀକୁ ଉଲ୍ଲଘଂନ କରି ଲଗାମବିହୀନ ଭାବେ କାର୍ଯ୍ୟ କରୁଥିବାର ସାଧାରଣରେ ଚର୍ଚ୍ଚା ହେଉଛି। ଓଜନ ମାପରେ ହେରଫେର ସହ ଅପମିଶ୍ରିତ ପେଟ୍ରୋଲ ଯୋଗୁଁ ଗାଡିର ମାଇଲେଜ ଆସୁନଥିବା ଯୋଗଁ ଗ୍ରାହକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପେଟ୍ରୋଲ ପମ୍ପ ଗୁଡିକରେ ଆବଶ୍ୟକ କରୁଥିବା ଟେଷ୍ଟ ଉପକରଣ ଗୁଡିକ ମଧ୍ୟ ପେଟ୍ରୋଲ ପମ୍ପରେ ମହଜୁଦ୍ ନଥାଏ। ବର୍ତମାନ ଜିଲ୍ଲା ପ୍ରଶାସନ ଅଭିଯୋଗ ଆସୁଥିବା ପେଟ୍ରୋଲ ପମ୍ପ ଉପରେ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ତାହା ସହରବାସୀ ଚାହିଁ ବସିଛନ୍ତି।

Leave a Reply

Your email address will not be published. Required fields are marked *