ଓଡ଼ିଶା

ପେଟ୍ରୋଲ ଦର ବୃଦ୍ଧିରେ ପ୍ରତିବାଦ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ ତଥା ପ୍ରତିବାଦ ପୂର୍ବକ କେନ୍ଦ୍ର ସରକାରଙ୍କ ବିରୋଧରେ ଜନଜାଗରଣ ସୃଷ୍ଟି କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଧାମନଗର ବ୍ଲକ ଅଂଚଳରେ ଥିବା ୪ଟି ପେଟ୍ରୋଲ ଟାଙ୍କି ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ବ୍ଲକର ଧାମନଗର ଠାରେ ଥିବା ୨ଟି, ମଙ୍ଗଳପୁର ଛକ ଓ ମିର୍ଗାହାଟକୂଳ ଠାରେ ଥିବା ପେଟ୍ରୋଲ ଟାଙ୍କି ମାନଙ୍କ ସମ୍ମୁଖରେ ଏହି ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅହେତୁକ ତୈଳ ଦର ବୃଦ୍ଧି ବିରୋଧରେ ବିଶୋଧଗାର କରିଥିଲେ। କେନ୍ଦ୍ର ବିଜେପି ସରକାର କ୍ଷମତାକୁି ଆସିବା ପରେ ବାରମ୍ବାର ତୈଳ ଦର ବୃଦ୍ଧି କରି ଚାଲିଛନ୍ତି। ଯାହାଫଳରେ ଏହାର ପ୍ରଭାବ ସିଧା ସାଧାରଣ ଲୋକଙ୍କ ଉପରେ ପଡିଛି ବୋଲି ବିଧାୟକ ଶ୍ରୀ ମଣ୍ଡଳ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳର ବ୍ଲକ ସଭାପତି ରଘୁନାଥ ଲେଙ୍କା, ସାଂସଦ ପ୍ରତିନିଧି ନାରାୟଣ ସାହୁ, ସମିତିସଭ୍ୟ ପ୍ରଦୀପ ମଲ୍ଲିକ, ହରେକୃଷ୍ଣ ପାଢୀ, ଦିଲ୍ଲୀପ ସାମଲ, ପ୍ରତାପ ସାମଲ, କୃଷ୍ଣଚନ୍ଦ୍ର ଜେନା, ପ୍ରଦୀପ କୁମାର ମହାପାତ୍ର, ସେକ ଜାଫର ଅଲ୍ଲୀ, ଏମଡି ଫକିରୁଦ୍ଦିନ, ଅନିଲ କୁମାର ବାରିକ, ସରୋଜ ସେଠୀ, ରାଜିବ ଦାସ, ଭାନୁ ପଲାଇ, କୁଳମଣି ବେହେରା, ନରୋତ୍ତମ ଯେନା, ସନ୍ତୋଷ ଦାସ, ଫକିରଚରଣ ଯେନା, ଏମଡି ଅମାନଉଲ୍ଲା, ଏମଡି ସକିଲ ଅହେମ୍ମଦ, ସେକ ଆଲ୍ଲାଉଦ୍ଦିନ ପ୍ରମୁଖ ବିଜେଡି କର୍ମୀମାନେ ଯୋଗଦେଇଥିଲେ। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପ୍ରତିବାଦ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top