ଓଡ଼ିଶା

ପେଟ୍ରୋଲ ଦର ଆକାଶ ଛୁଆଁ! ଚିନ୍ତାରେ ଖାଉଟି

ପୁରୀ:୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦିନକୁ ଦିନ ବଢ଼ିଚାଲିଛି ତୈଳ ଦର। ଆର୍ନ୍ତଜାତିକ ତୁଳନାରେ ଭାରତୀୟ ଟଙ୍କାର କ୍ରମାଗତ ପତନ ଓ ଅଶୋଧିତ ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ମହଙ୍ଗା ପଡିଛି। ଏସବୁ ବାହ୍ୟ ଅର୍ଥନୈତିକ ସମସ୍ୟା ଯୋଗୁ ଲିଟର ପିଛା ପେଟ୍ରୋଲ ଦର ୮୦ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲ ଦର ମଧ୍ୟ ସମ ପରିମାଣରେ ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧିକୁ ନେଇ ସହରରେ ଖାଉଟିଙ୍କ ମଧ୍ୟରେ ଦେଖାଦେଇଛି ପ୍ରତିକ୍ରିୟା। ଡିଜେଲ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗାଡି ଚାଳକମାନେ। ମଙ୍ଗଳବବାର ଏହି ତୈଳ ଦର ବୃଦ୍ଧିକୁ ନେଇ ସହରରେ ଦେଖାଦେଇଛି ଘୋର ପ୍ରତିକ୍ରିୟା। ମୋଟର ସାଇକେଲ ଚାଳକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ପେଟ୍ରୋଲର ବର୍ଦ୍ଧିତ ଦରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବିଶେଷ ଭାବେ ଗରିବ ଓ ମଧ୍ୟବିତମାନଙ୍କ ପାଇଁ ପେଟ୍ରୋଲର ବର୍ଦ୍ଧିତ ଦର ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି ବୋଲି ଖାଉଟିମାନେ ମତ ଦେଇଛନ୍ତି। ବିଶ୍ୱ ବଜାରରେ ଔଷଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁ ସମ୍ପ୍ରତି ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି। ତୈଳ ଦର ବୃଦ୍ଧି ଯୋଗୁ ଆର୍ଥିକ ସଙ୍କଟ ଭୋଗୁଛନ୍ତି ସାଧାରଣ ଜନତା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top