ଓଡ଼ିଶା

ପେଟ୍ରୋଲ, ଡିଜେଲ୍‌ଦର ବୃଦ୍ଧିର ପ୍ରତିବାଦରେ – ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ୩ଦିନିଆ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ୭/୯/୨୦୧୮ (ଓଡ଼ିଆ ପୁଅ) : କେନ୍ଦ୍ର ତୈଳ ମନ୍ତ୍ରାଳୟର ବାରମ୍ବାର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ତେଲ ଦର ଆକାଶଛୁଆଁ ହେଲାଣି। ଏହାକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଆଖିବୁଜି ଶୋଇଯାଇଛନ୍ତି। ଦର ଉପରେ ଲଗାମ କଷିବା ପରିବର୍ତ୍ତେ ଖୋଦ୍‌କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିଲାଗି କେତେବେଳେ ଆମେରିକାକୁ ତ ଆଉ କେତେବେଳେ ରାଜ୍ୟର ତେଲ ଉପରେ ଭାଟ୍‌କୁ ବିରୋଧ କରିବାରେ ବ୍ୟସ୍ତ। ଅପରପକ୍ଷେ ତୈଳ ଦର ବୃଦ୍ଧିରେ ଆଦୌ କମା ଓ ପୂର୍ଣ୍ଣଚ୍ଛେଦ ପଡୁନାହିଁ। ଏହାର ପ୍ରଭାବ ପରିବହନ ଉପରେ ପଡୁଥିବାରୁ ଖାଦ୍ୟ ପେୟ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢ଼ୁଛି। ଏପରିକି ଚଳିତ ସପ୍ତାହରେ ଓଡ଼ିଶାରେ ପେଟ୍ରୋଲ ଦର ୮୦ ଟଙ୍କାରେ ପହଞ୍ଚିଛି। ଏହାର ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ୩ଦିନ ବ୍ୟାପୀ ସମଗ୍ର ରାଜ୍ୟରେ ଶାନ୍ତିପୂର୍ଣ୍ଣ ଜନସଚେନତା କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଜି ପ୍ରଥମ ଦିନରେ ପୂର୍ବାହ୍ଣ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ରାଜଧାନୀ ଭୁବନେଶ୍ୱର ସମେତ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ଅନୁଷ୍ଠିତ ହୋଇଥିଲା। ଏହି ଜନସଚେନତା କାର୍ଯ୍ୟକ୍ରମରେ ବହୁ ମହିଳା, ଯୁବ ଓ ଛାତ୍ର ନେତୃମଣ୍ଡଳୀ, ମନ୍ତ୍ରୀଙ୍କ ସମେତ ବହୁ ବିଧାୟକ/ବିଧାୟିକା ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ୨୦୧୪ରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ପିଛା ୧୦୫ ଡଲାର ଥିବା ବେଳେ ୪ବର୍ଷ ପରେ ଆଜିର ଦିନରେ ଏହା ୭୮ ଡଲାରକୁ ଖସିଆସିଛି। ଅଥଚ ପେଟ୍ରୋଲ ଓ ଡିଜେଲ୍‌ଦର ଲଗାତାର ବୃଦ୍ଧି ପାଇଚାଲିଛି। ଏହାର ଏକମାତ୍ର କାରଣ ହେଉଛି କେନ୍ଦ୍ର ସରକାରଙ୍କ ଲାଭଖୋର ମନୋବୃତ୍ତି। ଏପରିକି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଉଠାଇବାକୁ ମନା କରିଥିବା ଆଜି ମଧ୍ୟ କେତେକ ସମ୍ବାଦପତ୍ରରେ ପ୍ରକାଶ ପାଇଛି। ଗୋଟିଏ ପଟେ କେନ୍ଦ୍ର ସରକାର ପିଟୁଣି ଟିକସ ବସାଇ ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଭାଟ୍‌କମାଇବାକୁ ପରାମର୍ଶ ଦେବାରେ ହେଳା କରୁନାହାନ୍ତି। ଓଡ଼ିଶାରେ ତେଲ ଉପରେ ଭାଟ୍‌ଅନ୍ୟ ରାଜ୍ୟଗୁଡିକ ତୁଳନାରେ କମ୍‌ରହିଛି। ଗତ ୪ବର୍ଷ ମଧ୍ୟରେ ୧୨ଥର କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ହେଁ ଭାରତବର୍ଷରେ ଏହାର ଓଲଟା ଘଟୁଛି। ସେଥିଯୋଗୁ ଆଜି ଆରମ୍ଭ ହୋଇଥିବା ଜନସଚେତନତା କାର୍ଯ୍ୟକ୍ରମରେ ତୈଳ ଦର ବୃଦ୍ଧିକୁ ଦୃଢ଼ ବିରୋଧ କରାଯାଇଥିଲା। ତତ୍‌ସହିତ କେନ୍ଦ୍ର ସରକାରଙ୍କ ଜନସ୍ୱାର୍ଥ ବିରୋଧୀ ନୀତିର ପର୍ଦ୍ଦାଫାସ୍‌କରିବା ସହ କିପରି ତୈଳ କ୍ଷେତ୍ରରେ ଜାତୀୟ ରାଜସ୍ୱ ୨୦୧୩-୧୪ରେ ଯାହା ଥିଲା, ତାହା ତୁଳନାରେ ୨୦୧୬-୧୭ରେ ଅପେକ୍ଷାକୃତ ୨୮୫ ପ୍ରତିଶତ ବୃଦ୍ଧି ପାଇଲା, ସେ ସଂପର୍କରେ ସାଧାରଣ ଖାଉଟିଙ୍କୁ ସଚେତନ କରାଯାଇଥିଲା।

ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଏବଂ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଅନୁଷ୍ଠିତ ଜନସଚେତନତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡିର ଉପଦେଷ୍ଟା ରଞ୍ଜିତ ମହାପାତ୍ର, ଅମରେଶ ଜେନା, କୁନବିହାରୀ ଦାସ, ସୁନୀଲ ପ୍ରଧାନ, ଉପ-ସଭାପତି ଦୁର୍ଗା ସାମନ୍ତରାୟ, ପ୍ରକାଶ ତ୍ରିପାଠୀ, ସନ୍ତୋଷ ବେଜ, ମନ୍ଦାକିନୀ କର, ରାଜକମଲ ଜେନା, ସାଧାରଣ ସଂପାଦକ ସମୀର ପ୍ରଧାନ, ତନ୍ମୟ ସ୍ୱାଇଁ, ଦେବାଶିଷ ସିଠ୍‌, ଏଲିନା ଦାସ, ଜ୍ୟୋତିରଞ୍ଜନ ଜେନା, ସୁନୀଲ ପଣ୍ଡା, ଧୃତୀରଞ୍ଜନ ମାର୍ଥା, ସଂପାଦକ ସ୍ୱରାଜଲକ୍ଷ୍ମୀ ସାମଲ, ମଳୟ ରଞ୍ଜନ ପତି, ଆଶିଷ ମିଶ୍ର, ଆଲୋକ ଭଟ୍ଟ, ପୃଥ୍ୱୀରାଜ ପଣ୍ଡା, ଚିତ୍ତରଞ୍ଜନ ବରାଳ, ସାଂଗଠନିକ ସଂପାଦକ ତାରିଣୀ ପ୍ରସାଦ ନାୟକ, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ଜିଲ୍ଲା ସଭାପତି ଅମରଜିତ ସେନାପତି, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ଛାତ୍ର ବିଜେଡିର ରାଜ୍ୟ ଉପଦେଷ୍ଟା ଚିନ୍ମୟ ସାହୁ, ରାଜ୍ୟ ଉପ-ସଭାପତି ରାଜେଶ ରାଜ ସ୍ୱାଇଁ, ରାଜ୍ୟ ସାଧାରଣ ସଂପାଦକ ସୁଜିତ ପାଲ୍‌ଟାସିଂହ, ଅପୂର୍ବା ଅପରୂପା, ପ୍ରଦୋଷ ପରିଡ଼ା, ମିକୁ ପ୍ରଧାନ, ଅସୀତ କୁମାର ସାମଲ, ବିଜୟ ବସନ୍ତିଆ, ଭଗବାନ ସାହୁ, ସଂପାଦକ ଧର୍ନୁଜୟ ପାତ୍ର, ରାଜଲକ୍ଷ୍ମୀ ବେହେରା, ଦୀପକ ସାହୁ, ପ୍ରମୋଦ ପାତ୍ର, ମନୋଜ ସେଠୀ ସାଂଗଠନିକ ସଂପାଦକ ସଂସଦ କୁମାର ନାୟକ, ଯୋଗେଶ ଜେନା, ଏସ୍‌.କେ. ଇମ୍ରାନ୍‌, ରାଜୀବ ଚମ୍ପତି, ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟକାନ୍ତ ସ୍ୱାଇଁ, ଭୁବନେଶ୍ୱର ଜୋନ୍‌ସଭାପତି ଅଜିତ ବେହେରା, ମହିଳା ବିଜେଡିର ରାଜ୍ୟ ଉପ-ସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ, ଭୁବନେଶ୍ୱର ସଭାନେତ୍ରୀ ଭାରତୀ ସିଂହ, ମହାମୟା ସ୍ୱାଇଁ, ସଂଯୁକ୍ତା ମହଲ, ଝରଣା ମଲ୍ଲିକ, ସୁଲୋଚନା ଦାସ, ସୁଲତା ଦେଓ, ରୁନୁ ଜେନା ପ୍ରମୁଖ ସାମିଲ ହୋଇଥିଲେ।

ଅପରପକ୍ଷରେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ମନ୍ତ୍ରୀ ଓ ବିଜୁ ଜନତା ଦଳର ବିଧାୟକମାନେ ପେଟ୍ରୋଲ ଓ ଡିଜେଲ୍‌ଦର ବୃଦ୍ଧି ପ୍ରସଂଗକୁ ବିଧାନସଭାରେ ଉଠାଇବା ସହ ଏକ ପଦଯାତ୍ରାରେ ବାହାରି ରାମମନ୍ଦିର ସମ୍ମୁଖସ୍ଥ ପେଟ୍ରୋଲ ପମ୍ପରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ଦ୍ୱାରା ଆୟୋଜିତ ଜନସେଚନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମନ୍ତ୍ରୀ ନୃସିଂହ ସାହୁଙ୍କ ସମେତ ବିଧାୟକ ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରଣବ କୁମାର ବଳବନ୍ତରାୟ, ବ୍ୟୋମକେଶ ରାୟ, ଆକାଶ ଦାସ ନାୟକ, ଅନୁଭବ ପଟ୍ଟନାୟକ, ରବି ନାରାୟଣ ମହାପାତ୍ର, ରାଜଶ୍ରୀ ମଲ୍ଲିକ, ଟୁକୁନି ସାହୁ, ଡା. ରାସେଶ୍ୱରୀ ପାଣିଗ୍ରାହୀ, ସଂଜୀବ ସାହୁ, ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସେଠୀ, ସୁବ୍ରତ ତରାଇ, ବ୍ରଜକିଶୋର ପ୍ରଧାନ, ମହିଧର ରଣା, ପ୍ରୀତିରଞ୍ଜନ ଘଡ଼ାଇ, ମାନସ ମାଡ଼କାମୀ, ପ୍ରଭାତ ରଞ୍ଜନ ବିଶ୍ୱାଳ, ସୁବାଷ ଗଣ୍ଡ, ସୁଶାନ୍ତ ବେହେରା, ଅନାମ ନାଏକ, ବିଜୟ ନାୟକ ପ୍ରମୁଖ ଏହି ଜନସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top