ଓଡ଼ିଶା

ପେଟ୍ରୋଲ ଓ ଡିଜେଲ୍ ର କ୍ରମାଗତ ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରଙ୍କ ଜନମାରଣନୀତି ବିରୁଦ୍ଧରେ ବିକ୍ଷୋଭ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

ଭୁବନେଶ୍ୱର, ୨୨ା୫ (ଓଡ଼ିଆ ପୁଅ) : ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଅପରାହ୍ନ ଘ.୫.୩୦ମିନିଟ୍ ସମୟରେ ଭୁବନେଶ୍ୱରସ୍ଥ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ହଜାର ହଜାର ଛାତ୍ର, ମହିଳା, ଯୁବ ତଥା କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ଆସି କେନ୍ଦ୍ରର ବିଜେପି ସରକାରଙ୍କର ଜନମାରଣ ନୀତି ତଥା କ୍ରମାଗତ ତୈଳଜାତ ଦ୍ରବ୍ୟ ପେଟ୍ରୋଲ୍ ଓ ଡିଜେଲର ଦରଦାମ୍ ଆକାଶଛୁଆଁ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ସହ ଗାଲୁଆ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ମିଛୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୁଶପୁତ୍ତଳିକା ଦାହ କରିବା ସହ ନାରାବାଜି କରିଥିଲେ। ପେଟ୍ରୋଲ୍ ଓ ଡିଜେଲ୍କୁ ଏଯାବତ୍ ଜିଏସ୍ଟି ପରିସରକୁ ନ ଆଣିବା ଆଚ୍ଛାଦିନର ମିଥ୍ୟା ପ୍ରତିଶ୍ରୁତ ଦେଇ ହଜାର ହଜାର କୋଟି ଟଙ୍କାରେ ସରକାରୀ ଯୋଜନା ବାହାନାରେ ଦଳୀୟ ବ୍ୟକ୍ତିଗତ କାର୍ଯ୍ୟରେ ଚରିତାର୍ଥ କରିବା ସର୍ବୋପରି ଜନସାଧାରଣଙ୍କ ଭାବାବେଗ ସହ ଖେଳିବାକୁ ବନ୍ଦ କରାନଗଲେ କଂଗ୍ରେସ ଦଳ ସାରା ଓଡ଼ିଶାରେ ପ୍ରତ୍ୟେକ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜନ କରି ଜନସାଧାରଣଙ୍କ ନିକଟରେ ଉଭୟ ବିଜେପି ଓ ବିଜଦର ଜନମାରଣ ନୀତିର ମୁଖା ଖୋଲିବ ବୋଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ତତ୍କାଳୀନ କେନ୍ଦ୍ରର ଉପା ସରକାର ସମୟରେ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳର ଦାମ୍ ୧୧୭ ରୁ ୧୩୭ ଡଲାର ଥିବାବେଳେ ବଜାରରେ ପେଟ୍ରୋଲ୍ର ମୂଲ୍ୟ ୭୧ଟଙ୍କା ଥିଲା। ମାତ୍ର ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପାଖାପାଖି ୭୮ ଡଲାର ଥିବାବେଳେ ବଜାରରେ ପେଟ୍ରୋଲ ଦର ୭୫ ଟଙ୍କାରୁ ସର୍ବାଧିକ ୮୭ ଟଙ୍କା ଭାରତବାସୀଙ୍କୁ ମିଳିପାରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ମାନନୀୟ ବିରୋଧି ଦଳ ନେତା ନରସିଂହ ମିଶ୍ର ମତବ୍ୟକ୍ତ କରିଥିଲେ। ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହେମାନନ୍ଦ ବିଶ୍ୱାଳ, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ପ୍ରାକ୍ତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ବରିଷ୍ଠ କଂଗ୍ରେସ ନେତା ମନୋରଂଜନ ଦାସ, ଶୁଭେନ୍ଦୁ ମହାନ୍ତି, ସୁରେଶ ମହାପାତ୍ର, ନକୁଳ ନାୟକ, ସସ୍ମିତା ବେହେରା, ଇତିଶ୍ ପ୍ରଧାନ, ଅଞ୍ଚଳ ବଟୁ, ବିଶ୍ୱଭୂଷଣ ଦାସ, ବିଜୟାନନ୍ଦ ଚାଉଳିଆ, ବିଷ୍ଣୁଚରଣ ବାରିକ, ନିରଞ୍ଜନ ନାୟକ, ସତ୍ୟବ୍ରତ ନାୟକ, ସୁମିତ୍ରା ଜେନା, ବୀଣାପାଣି ସାମଲ୍, ମନୋଜ ବିଶ୍ୱାଳ, କିରନ କୁମାର ସାହୁ, ସତ୍ୟାନନ୍ଦ ରାଉତ, ସ୍ମୃତିରଂଜନ ପଣ୍ଡା, ମନୋଜ ମହାପାତ୍ର, ଶ୍ରେୟା ମହାନ୍ତି, ସ୍ୱାଧୀନବାଳା ଦାସ, ଚିତ୍ରଲେଖା ମହାନ୍ତି, ଦୁର୍ଗା ମାହାଲା, ଆଦିତ୍ୟ ଦାସ, ସୌମ୍ୟରଂଜନ ସାହୁ, ମାନସ ଆଚାର୍ଯ୍ୟ, ଯୋଗୀନାଥ ବାହୁବଳେନ୍ଦ୍ର, ତରୁଣ ମିଶ୍ର, ଅଲେଖ ସାମଲ, ଆକାଶ ମହାନନ୍ଦ, ଆକାଶ ଭୂୟାଁ, ସୋନାଲି ସାହୁ, ଆଲୋକ ଦାସ, ସେକ୍ ସାହାନୱାଜ୍, ରଶ୍ମିତା ଟେଟେ, ସାଗର ରଂଜନ ପରିଡ଼ା, ଅନୀଲ ମହାନ୍ତି, ବିନୋଦ ରାଉତ୍, ରାଜକିଶୋର ବାରିକ, ସନ୍ତୋଷ ନନ୍ଦ, ଲିଙ୍ଗରାଜ ସାହୁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରର ବିଜେପି ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ନାରାବାଜୀ ସହ ବିକ୍ଷୋଭରେ ଯୋଗଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top