ଓଡ଼ିଶା

ପେଟ୍ରୋଲିୟମଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧିକୁ ବିରୋଧ ସଚେତନତା ବାଇକ ଶୋଭାଯାତ୍ରାରେ ସହସ୍ରାଧିକ ଯୁବ-ଛାତ୍ର କର୍ମୀ

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡ଼ିଜେଲର ମୂଲ୍ୟ ସର୍ବୋଚ୍ଚସ୍ତର ଛୁଇଁଛି। ଆର୍ନ୍ତଜାର୍ତ୍ତୀୟ ବଜାରରେ ଅଶୋଧିତ ତୈଳ ଦର ସର୍ବନିମ୍ନସ୍ତର ଛୁଇଁଥିବାବେଳେ, ଆମ ଦେଶରେ ଏହି ଦର ସର୍ବାଚ୍ଚସୀମା ଛୁଇଁ ଅତୀତର ସମସ୍ତ ରେକର୍ଡ଼ ଅତିକ୍ରମ କରି କଳା ଇତିହାସ ସୃଷ୍ଟି କରିଛି। ବିଗତବର୍ଷମାନଙ୍କରେ ଆର୍ନ୍ତଜାତୀକ ବଜାରରେ ଅଶୋଧିତ ତେି÷ଳର ମୂଲ୍ୟବୃଦ୍ଧି ଭାରତରେ ତୈଳ ଦର ନିର୍ଦ୍ଧାରଣ କରି ଆସୁଥିବାବେଳେ, ଏବେ ଏହାର କୌଣସି ଲକ୍ଷଣ ଆଜି ଦେଖିବାକୁ ମିଳୁ ନାହିଁ। ତୈଳର କ୍ରମାଗତ ଦରବୃଦ୍ଧି କେନ୍ଦ୍ରରେ ଥିବା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୂରଦ୍ରଷ୍ଟିର ଅଭାବ ଓ ବିଭାଗୀୟ କୁପରିଚାଳନା ବୋଲି ବିଜେଡ଼ି ଅଭିଯୋଗ କରିଛି। ଯାହାର ନକାରାତ୍ମକ ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ିଛି। କେନ୍ଦ୍ରରେ ଥିବା ବିଜେପି ସରକାର ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି କରି ସାଧାରଣ ଜନତାଙ୍କ ସ୍ୱାର୍ଥକୁ ବାରମ୍ବାର କୁଠାରଘାତ କରିଚାଲିଛନ୍ତି। ପରୋକ୍ଷରେ ତୈଳକମ୍ପାନୀଙ୍କୁ ମୁନାଫା ଯୋଗାଇ ନିଜେ ମାଲାମାଲ ହେଉଥିବାର ଅଭିଯୋଗ ଆଣିଛି ଶାସକ ଦଳ। କେନ୍ଦ୍ରର ଏହି ଅଜବ ନିତୀ ବିରୋଧରେ ବିଜେଡ଼ି ଆରମ୍ଭ କରିଛି ଜନଜାଗରଣ କାର୍ଯ୍ୟକ୍ରମ। ଆଜି ଭଦ୍ରକ ଜିଲ୍ଲା ସର ମହକୁମାଠାରେ ଜିଲ୍ଲା ଉପସଭାପତି ଅସିତ କୁମାର ପଟ୍ଟନାୟକ(ବୁୁଲୁ)ଙ୍କ ନେତୃତ୍ୱରେ ୨ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାର ବାଇକ ଆରୋହୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ବାସଭବନରୁ ବାହାରିଥିଲା। ଶୋଭାଯାତ୍ରାରେ ଭାଗ ନେଇଥିବା ଯୁବଛାତ୍ର କର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଧ୍ୱନୀ ଦେଇ ସହର ପରିକ୍ରମା କରିବା ସହ ସହରର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଥିଲେ। ସେମାନେ ପେଟ୍ରୋଲିମୟମଜାତ ଦ୍ରବ୍ୟ ଉପରେ କେନ୍ଦ୍ର ସରକାରଙ୍କ କୌଣସି ନିୟନ୍ତ୍ରଣ ନଥିବା ଅଭିଯୋଗ କରିବା ସହ କେନ୍ଦ୍ରର ଅବହେଳା ଉପରେ ଗ୍ରାହକମାନଙ୍କୁ ସଚେତନ କରିଥିଲେ। ଏହି ପ୍ରସଙ୍ଗରେ କେନ୍ଦ୍ର ଯେଭଳି ଭାବରେ ଖାଉଟିମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଉଛି ତା’ ବିରୋଧରେ ଜନଅସନ୍ତୋଷ ଉଗ୍ର ହେବାରେ ଲାଗିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଯାହାକି ଆଗାମୀ ଦିନରେ ବିସ୍ପୋରକ ପରିସ୍ଥିତି ସୃଷ୍ଟ କରିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷ ମାନସ ମହାନ୍ତି, ଉପପୌରାପାଳ, କସେରା ବେଗମ, ଜିଲ୍ଲା ବିଜେଡ଼ିର ଯୁବ ସଭାପତି ଦୁର୍ଗା ଦାସ, ବିଜେଡ଼ି ନଗର ସଭାପତି ଶରତ ସ୍ୱାଇଁ, ରାକେଶ ପଣ୍ଡା, ଆଶୁତୋଷ ପଣ୍ଡା, ଅନିଲ ତ୍ରିପାଠୀ, ସରୋଜ ନାୟକ, ସେକ. ଇସଲାମ, ସେକ. ସବିର, ଆଶିଶ ଅମିତାଭ ମହାପାତ୍ର, କାଉନସିଲର ଜୁଲଫୂକର, ସୁବ୍ରତ ଦାସ, ସରପଞ୍ଚ ଅଶ୍ୱିନୀ ରଣା, ନାରୀନେତ୍ରୀ କମଳିନୀ ନାୟକ, ପଙ୍କଜ ବଳ, ସେକ. ଜସମେର, ଉଦୟ ଜେନା, ରଂଜନ ଜେନା, ପିତାମ୍ବର ମଲ୍ଲିକ, ବାଦଲ ଯେନା, କାଳିଆ ନାୟକ, ପ୍ରଦୀପ ଦାସ, ବବୁଲୁ, ଉପେନ୍ଦ୍ର ସେଠୀଙ୍କ ସମେତ ସହସ୍ରାଧିକ ଯୁବ ଓ ଛାତ୍ର କର୍ମୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top