ପୃର୍ତ୍ତ ବିଭାଗର ଦୃଷ୍ଟି ନାହିଁ, କୁଆଁଝରଣ ଘାଟି ପାଲଟିଛି ମରଣଯନ୍ତା

ହରିଚନ୍ଦନପୁର, ତା୧୬.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ନରଣପୁର ଠାରୁ ବ୍ରାହ୍ମଣୀପାଳ ସଂଯୋଗ କରୁଥିବା ଭିଆଇପି ରାସ୍ତାର କୁଆଝରଣ ଘାଟି ବର୍ତ୍ତମାନ ପାଲଟିଛି ମରଣଯନ୍ତା। ଏହି ରାସ୍ତାଟିରେ ପ୍ରତ୍ୟେକ ଦିନ କିଛିନା କିଛି ଛୋଟବଡ ଘଟଣା ଦୃର୍ଘଟଣା ଘଟିଥାଏ। ସାଧାରଣତଃ ନରଣପୁର ଠାରୁ ବ୍ରାହ୍ମଣୀପାଳ ରାସ୍ତାର ଦୂରତା ୭୩କିଲୋମିଟର ରହିଥିବା ବେଳେ ଏହି ରାସ୍ତା ମଧ୍ୟରେ କୁଆଁଝରଣ ଘାଟି ଓ ଦାନ୍ତୁଆଣୀ ଘାଟିରେ ଅନେକ ଦୁର୍ଘଟଣା ଘଟିଥାଏ। ଏହି ଘାଟିରେ ଅନେକ ବାଙ୍କମାନ ଥିବାକୁ ନେଇ ଅଦିନିଆ ଲୋକ ଯାତୟାତ କରିବାରେ ଦୁର୍ଘଟଣା ଘଟିଥାଏ। ରାସ୍ତାଟିରେ ଭାରିଯାନ ଚଳାଚଳ ସରକାରୀସ୍ତରରେ ନିଷେଧ ହୋଇଥିବା ବେଳେ ବେଆଇନ ଭାବରେ ଭାରିଯାନ ଚଳାଚଳ କରୁଛି। ଏମିତିକି ପ୍ରତ୍ୟେକ ଦିନ ଶହ ଶହ ବାଲି ଓ ପଥର ବୋଝେଇ ଟ୍ରକ, ଟ୍ରାକ୍ଟର ଗୁଡିକ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ଘାଟିଟିର ଉଚ୍ଚତା ପାଖାପାଖି ୩୦୦ଶହ ଫୁଟ ହୋଇଥିବା ବେଳେ ଗାଡି ଗୁଡିକ ଅଧିକ ଲୋଡ କରି ଯାତାୟାତ କରିପାରନ୍ତିନାହିଁ। ଯେଉଁ ଗାଡି ଗୁଡିକ ଘାଟି ଚଢୁଥିବା ବେଳେ ଲୋଡକୁ ନେଇ ଘାଟି ଚଢିବାରେ ବିଫଳ ହୋଇଥାନ୍ତି ସେହି ଗାଡି ଗୁଡିକରୁ ଲୋଡର ଅଧା ସାମଗ୍ରୀ ରାସ୍ତାରେ ଉହ୍ଲାଇ ପଳାଇଥାନ୍ତି। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେ କୌଣସି ଏକ ଗାଡି ଘାଟି ରାସ୍ତାର ମଧ୍ୟ ଭାଗରେ ଗୋଟିଏ ଟ୍ରିପ ବାଲି ପକାଇ ଦେଇଛି। ଫଳରେ ଯାତାୟତ କରୁଥିବା ମଟର ସାଇକେଲ ଓ ସାଇକେଲ ଦୁର୍ଘଟଣାଗ୍ରସ୍ଥ ହେଉଥିବାର ଦେଖିବାକୁ ମିଳିଛି। ଚାରି ଚକିଆ ଯାନ ଗୁଡିକ ମଧ୍ୟ ବାଲି ଉପରେ ଚଢାଇବା ଫଳରେ ଭାରସାମ୍ୟ ହରଉଥିବାର ଦୃଶ୍ୟମାନ ହେଉଛି। ଏଥିପ୍ରତି ଜିଲ୍ଲା ପୃର୍ତ୍ତବିଭାଗର ଦୃଷ୍ଟି ପଡୁନଥିବାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶିଘ୍ର ଘାଟିରେ ପଡିଥିବା ବାଲି ଓ ପଥର ଗୁଡିକ ଉଠାଇବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *