ପୂର୍ବ ହତ୍ୟାକାଣ୍ଡର ପ୍ରତିଶୋଧରେ ନୃଶଂସ ହତ୍ୟାକାଣ୍ଡ

ସମ୍ବଲପୁର, ୧୭/୮ (ଓଡ଼ିଆ ପୁଅ)-ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ବିଳମ୍ବିତ ରାତ୍ରରେ ବଡ଼ମାଳ ଥାନା ଅନ୍ତର୍ଗତ ମୁଣ୍ଡାପଡ଼ାରେ ବିଜୟ ଭୋଇ (୪୦) ନାମକ ଜଣେ ବ୍ୟକ୍ତିଙ୍କୁ ନୃଶଂସ ଭାବରେ ହତ୍ୟା କରାଯାଇଛି। ତାଙ୍କୁ ଠେଙ୍ଗାରେ ବାଡ଼େଇବା ପରେ ପାଣିରେ ବୁଡ଼ାଇ ହତ୍ୟା କରାଯାଇ ରାସ୍ତାକଡ଼ରେ ଫିଙ୍ଗି ଦିଆଯାଇଛି। ପୋଲିସ ଏ ସଂକ୍ରାନ୍ତରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି। ବିବରଣୀରୁ ପ୍ରକାଶ ଯେ, ବଡ଼ମାଳ ଥାନା ହରେକୃଷ୍ଣପୁର ଗ୍ରାମର ବିଜୟ ଭୋଇ ପ୍ରାୟ ଦେଢ଼ ବର୍ଷ ତଳେ ମଲ୍ଦା ଜଙ୍ଗଲରେ ଘଟିଥିବା ଏକ ହତ୍ୟା ଘଟଣାରେ ଗିରଫ ହୋଇ ଜେଲ ହାଜତରେ ଥିଲେ। ପ୍ରାୟ ୬ ମାସ ତଳେ ସେ ଜାମିନରେ ଜେଲରୁ ବାହାରିଛନ୍ତି। ଗତକାଲି ତାଙ୍କୁ ହତ୍ୟା କରାଯିବା ପରେ ମୁଣ୍ଡାପଡ଼ା -ହୀରମା ରାସ୍ତାରେ ଫିଙ୍ଗି ଦିଆଯାଇଥିଲା। ତେଣୁ ମଲଦା ହତ୍ୟାକାଣ୍ଡ ସହିତ ଏହାର ସମ୍ପର୍କ ଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *