ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନୃଶଂସ ହତ୍ୟା

ପୁରୀ, ୩୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପୂର୍ବ ଶତୃତାକୁ ନେଇ ମାଳତୁୀପାଟପୁର ଜଗନ୍ନାଥ ବଲ୍ଲଭ ଛକ ନିକଟରେ ଜନୈକ ଯୁବଙ୍କୁ ଦୁର୍ବୁତ ମାନେ ଗୋଡେଇ ଗୋଡେଇ ହତ୍ୟା କରୁଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରକାଶ କରିଛି। ମୃତ ଯୁବକ ଜଣକ ବୀର ହରେକୃଷ୍ଣପୁର ଗୋଲା ସାହିର ଅର୍ଜୁନ ବରାଳ ବୋଲି ଜଣାପଡିଛି। ଅର୍ଜୁ ପୂର୍ବାହ୍ନରେ ଏକ ମୋଟର ସାଇକେଲରେ ଗାଁରେ ଯାଉଥିବାର ବେଳେ ଜଗନ୍ନାଥ ବଲ୍ଲଭ ଛକ ନିକଟରେ କେତକ ଦୁବୃତ ତାଙ୍କୁ ଆକ୍ରମଣ କରିଥିଲେ। ଏହି ମରାଣାତ୍ମକ ଆକ୍ରମଣରେ ଅର୍ଜୁନର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏ ସଂପର୍କରେ ଖବର ପାଇ ଅତିରିକ୍ତ ଏସପି ଜଗନ୍ନାଥ ପ୍ରଧାନ, ଏସଡିପିଓ ସୁଶିଲ ମିଶ୍ରଙ୍କ ସମେତ ପୋଲିସ ଅଧିକାରୀ ମାନେ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅତିରିକ୍ତ ଏସପି ଜଗନ୍ନାଥ ପ୍ରଧାନ କହିଛନ୍ତି। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *