ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ:୧୩ କୋର୍ଟଚାଲାଣ

ଯାଜପୁର, (ଓଡିଆ ପୁଅ/ମାନସ ରାଉତ)-ବଡଚଣା ଥାନା ଧାନମଣ୍ଡଳ ଫାଣ୍ଡି ଅଧିନସ୍ଥ ଶାସନ ଓ ଧାନମଣ୍ଡଳ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ଭିତରେ ସଂଘର୍ଷ ଘଟି ୬ଜଣ ଆହତ ହୋଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ୧୩ଜଣକୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସୂଚନା ମୁତାବକ ଧାନମଣ୍ଡଳ ଓ ଶାସନ ସୀମା ମଧ୍ୟରେ କ୍ରିକେଟ ଖେଳକୁ ନେଇ ଏହି ଗ୍ରାମ ଭିତରେ ମନମାଳିନ୍ୟ ହୋଇଥିଲା। ତେବେ ହୋଲିପର୍ବ ହୋଇଥିବାରୁ ଶୁକ୍ରବାର ରଙ୍ଗଖେଳ ଚାଲିଥିବାରୁ ଦୁଇ ଗ୍ରାମର କିଛି ଯୁବକ ମଧ୍ୟରେ ବଚସା ପରେ ଗଣ୍ଡଗୋଳର ରୂପନେଇଥିଲା। ଫଳରେ ଉଭୟ ଗୋଷ୍ଠିର ୬ଜଣ ଯୁବକ କ୍ଷତାକ୍ତ ହୋଇ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ବଡଚଣା ପୁଲିସ କେସ ନମ୍ବର ୪୮ ଓ ୪୯/୧୮ରେ ଦୁଇଟି ମାମଲା ରୁଜୁକରିବା ସହ ୧୩ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *