ad
ଜିଲ୍ଲା ପରିକ୍ରମା

ପୂର୍ବ ମଧ୍ୟକ୍ଷେତ୍ର ଜୀବନବୀମା କଲ୍ୟାଣ ସଂଘର ସମ୍ମିଳନୀ

ପୁରୀ, ୯/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୂର୍ବ ମଧ୍ୟ କ୍ଷେତ୍ର ଭାରତୀୟ ଜୀବନବୀମା କର୍ମଚାରୀ କଲ୍ୟାଣ ସଂଘର ପ‚ମ ଦ୍ୱିବାର୍ଷିକ ସମ୍ମିଳନୀ ପୌରସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶନିବାର ସମ୍ମିଳନୀର ଖୋଲା ଅଧିବେଶନରେ ସଂଘର ସର୍ବଭାରତୀୟ ସଭାପତି ଦିପ୍ଲା ନାୟକ, ସାଧାରଣ ସଂପାଦକ ଆ.ଜି ବାଗ୍, ଏଲଆଇସି ଅଫିସର୍ସ ଆସୋସିଏସନର ସାଧାରଣ ସଂପାଦକ ଆନନ୍ଦ ପ୍ରକାଶ ଟୋପୋ, ଜୋନାଲ ସଭାପତି ଅଜୟ କୁମାର ଭୋଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମିଳନୀରେ ସାଂପ୍ରତିକ ସମାଜିକ ଓ ରାଜନୈତିକ ପରିସ୍ଥିତିରେ ସଂଗଠନର ଭୂମିକା ସଂରକ୍ଷଣ ବ୍ୟବସ୍ଥା, ଭାରତୀୟ ଜୀବନବୀମା ଶିଳ୍ପରେ ସଦସ୍ୟମାନଙ୍କର ଯୋଗଦାନ, ଆମ୍ବେଦକରଙ୍କ ଦୃଷ୍ଟିଭଂଗୀ ସାମାଜିକ ପିବର୍ତ୍ତନ ଓ ଅର୍ଥନୈତିକ ବିକାଶ, ଦ୍ୱିବାର୍ଷିକ ବିବରଣୀ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସଂପର୍କରେ ବିସ୍ତୃତ ଭାବେ ଅଲୋଚନା କରାଯିବା ସହ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ସମ୍ମିଳନୀରେ ପୂର୍ବ ମଧ୍ୟକ୍ଷେତ୍ର ଅନ୍ତର୍ଗତ ୧୧ଟି ଡ଼ିଭିଜନରୁ ୩୫୦ରୁ ଉର୍ଦ୍ଧ୍ୱ ପ୍ରତିନିଥି ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top