ପୂର୍ବ ବିଧାୟକ ବ୍ରଜ ମହାନ୍ତି ପଂଚତତ୍ୱରେ ବିଲୀନ

ରାଉରକେଲା ୧୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲାର ପୂର୍ବତନ ବିଧାୟକ ସ୍ୱର୍ଗତ ବ୍ରଜ କିଶୋର ମହାନ୍ତିଙ୍କର ଶେଷକ୍ୟତ୍ୟ ବେଦବ୍ୟାସ ଘାଟ ଠାରେ କରାଯାଇଥିଲା। ଗତ ଶନିବାର ସକାଳ ପ୍ରାୟ ୯ଟାରେ ଆଇଜିଏଚ ମର୍ଗ ହାଉସରୁ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ବାସନ୍ତୀ କଲୋନୀ ସ୍ଥିତ ତାଙ୍କ ବାସଭବନକୁ ଅଣା ଯାଇଥିଲା। ସେଠାରେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ଆରଡ଼ିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପୂର୍ବତନ ପୌରାଧ୍ୟକ୍ଷା ରଶ୍ମୀବାଳା ମିଶ୍ର, ବିଜେପିର ବରିଷ୍ଠ ନେତା ନିହାର ରାୟ, ଭଗବାନ ରାଉତ, ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ, ଆଶ୍ରା ସମ୍ପାଦିକା ମିନତୀ ଦେବତା, ରମେଶ ବଳ, ସତ୍ୟପଦ ଶର୍ମା, ନିରାକାର ଲେଙ୍କା, ରାଉରକେଲା ବଣିକ ସଂଘର ସଦସ୍ୟବୃନ୍ଦ ଓ ସହରର ଗଣମାନ୍ୟ ବ୍ୟକ୍ତି ମାନେ ଘାଟସ୍ଥଳରେ ପହଂଚି ସ୍ୱର୍ଗତଃ ମହାନ୍ତିଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ। ସ୍ୱର୍ଗତଃ ମହାନ୍ତିଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ବାସ ଭବନରୁ ଫ୍ଲାଇ ଓଭରବ୍ରିଜ ପର୍ଯ୍ୟନ୍ତ ଅଣା ଯାଇଥିଲା। ସ୍ୱର୍ଗତଃ ମହାନ୍ତିଙ୍କ ବଡ଼ ପୁଅ ଆଶିଷ ମହାନ୍ତି ମୁଖାଗ୍ନି ଦେଇଥିବା ବେଳେ ଅଶେଷ ମହାନ୍ତି, ଶେଷଦେବ ମହାନ୍ତି ଓ ନାତି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *