ପୂର୍ବତ୍ତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଦୀର୍ଘ ଦିନର ନୀରବତା ପରେ, ବିଜେଡି ପାଇଁ ବ୍ୟକ୍ତିଗତ ରାୟ

ପୋଲସରା ୩-୧୦ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ)  ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ଶାରଦୀୟ ଅବସରରେ ବୁଗୁଡା ଏବଂ ପୋଲସରା ଅଞ୍ଚଳର ସାମ୍ବାଦିକ ମାନଙ୍କୁ ଡକାଇ ପୋଲସରା ର ନିଜସ୍ୱ ବଙ୍ଗଳାରେ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ କରାଇ ଦୀର୍ଘ ଦିନର ବିଜେଡି ସଂଘଠନର ଦୁର୍ବଳତାକୁ ପ୍ରକାଶ କରିଥିଲେ। ତୃଣମୂଳ ସ୍ତରରୁ ଯେଉଁ ବରିଷ୍ଠ ବିଜେଡ଼ି କର୍ମୀମାନେ ତଳରୁ ଏଯାବତ ଦଳକୁ ବଞ୍ଚାଇ ରଖିଛନ୍ତି ବିଜେଡିର ବର୍ତମାନର ବିଧାୟକ ସେମାନଙ୍କୁ ଅଣଦେଖା କରୁଛନ୍ତି।କେବଳ କର୍ମୀମାନଙ୍କୁ ନୁହେଁ ବିଜେଡି ର ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ମଧ୍ୟ ପୁର୍ବତନ ବିଧାୟକ ଙ୍କୁ ଦେଖିବାକୁ ମିଳୁନାହିଁ।ଭଲ ମନ୍ଦରେ ମଧ୍ୟ ତାଙ୍କୁ ପଚରା ଯୌନାହିଁ ବୋଲି ପୁର୍ବତନ ବିଧାୟକ ଶ୍ରୀ ପ୍ରଧାନ ମତବ୍ୟକ୍ତି କରିଥିଲେ।ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ତାକୁ ପଚରା ଯାଇ ନଥିଲା।କିନ୍ତୁ ଗଜପତି ଜିଲ୍ଲାକୁ ତାଙ୍କୁ ଅବଜରଭର  ଭାବରେ ପଠାଇ ଦିଆ ଯାଇଥିଲା।ବର୍ତ୍ତମାନ ମଧ୍ୟ ସେ ଦଳର ସକ୍ରିୟ ସଭ୍ୟ ,ଦଳରେ ଶୃଙ୍ଖଳାରେ ଚଳି ଆସିଛନ୍ତି ଏବଂ ଚଳିବେ ମଧ୍ୟ କିନ୍ତୁ ବର୍ତମାନର ବିଧାୟକ ଶ୍ରୀକାନ୍ତ ସାହୁ ହାମବଡା ନୀତିରେ ବିଜେଡି କର୍ମୀ ମାନଙ୍କୁ ଗୁରୁତ୍ୱ ନଦେଇ ନିଜର ଚେଲା ଚାମୁଣ୍ଡା ଙ୍କୁ ନେଇ ରାଜନୀତି କରୁଥିବା କଥା ଶତାଧିକ କର୍ମୀ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଆଗାମୀ ପୌର ନିର୍ବାଚନ ରେ ଦଳପାଇଁ  କାର୍ଯ୍ୟକରିବି ଏବଂ ବିଧାନସଭା ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଧାୟକ ଭାବେ ନିର୍ବାଚନ ଲଢ଼ିବା ପାଇଁ ଲବି କରିବେ ବୋଲି ମତ ରଖିଥିଲେ।ବର୍ତମାନର ବିଧାୟକ ଦଳକୁ ଗୁରୁତ୍ୱ ନଦେଇ ନିଜ ବଳରେ ଦଳକୁ ଚଳାଇ ଆସୁଥିବା ମତ ପ୍ରକାଶ ପାଇଥିଲା।ଏଣୁ ଦଳକୁ ଏବେଠାରୁ ନସଂସଭାବରେ ଦଳପାଇଁ ବହୁ ମୂଲ୍ୟ ଦେବାକୁ ପଡିବ ନତୁବା ଏଠାରେ ବିଜେଡି ଭୁଲୁଣ୍ଠନ ଦେବେବୋଲି କର୍ମୀମାନେ ମଧ୍ୟ ନିଜନିଜ ମତ ରଖିଥିଲେ।କାରଣ ବର୍ତ୍ତମାନ ବୁଗୁଡା ଏବଂ ପୋଲସରା କଲେଜ ନିର୍ବାଚନରେ ବିଜେଡିରୁ ନାମାଙ୍କନ ପତ୍ର ଦାଖଲ କରି ନଥିଲେ ଏବଂ ଯେଉଁମାନେ କରିଥିଲେ ସେମାନେ ନୁର୍ବାଚନରୁ ଓହରି ଯାଇଥିଲେ।ଏଣୁ ଏଠାରୁ ସମ୍ପୂର୍ଣ୍ଣ ଅନୁମେୟ ଯେ ବିଜେଡି ଦଳ ଏବେ ପୋଲସରା ନିର୍ବାଚନ ମଣ୍ଡଳୀରେ ବି ଶୃଙ୍ଖଳିତ !

Leave a Reply

Your email address will not be published. Required fields are marked *