ପୂର୍ବତ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଙ୍କ ମିଶନ ମିଶ୍ରଣ ; ଯୋଗଦେଲେ ବହୁ ବିଜେପି ଓ କଂଗ୍ରେସ କର୍ମୀ

ଯାଜପୁର-୧୪/୯(ଓଡିଆ ପୁଅ/ଏ.ରାଉତ) ପୂର୍ବତ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଙ୍କ ମିଶନ ମିଶ୍ରଣ ସ୍ୱପ୍ନ ସାକାର ହେବାକୁ ଦେଖିବାକୁ ମିଳୁଛି।ଏହି ମିଶନ ଆରମ୍ଭ ହେବା ଦିନରୁ ବିଭିନ୍ନ ଦଳର କର୍ମୀମାନେ ଦଳ ଛାଡି ବିଜୁ ଜନତା ଦଳରେ ମିଶିବାରେ ଲାଗିଛନ୍ତି। ଏହି ପକ୍ରିଆରେ ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଙ୍ଗୁଡିଆପାଳ ପଞ୍ଚାୟତର ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିିଜୁଜନତା ଦଳର ଯୋଗ ଦେଇଛନ୍ତି। ବିଜେଡିରେ ଯୋଗଦେବା ପରେ ମିଶିଥିବା କର୍ମୀ ନିଜର ପ୍ରତିକ୍ରୀୟାରେ ବିଜୁ ଜନତା ଦଳର ସୁପ୍ରିମ ନବୀବ ପଟ୍ଟନାୟକଙ୍କ ଆଦର୍ଶ ଓ ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ନେତୃତ୍ୱ ଓ ଭଲପାଇବା ପ୍ରତି ଆସ୍ଥା ପ୍ରକଟକରି ବିଜେଡିରେ ଯୋଗଦାନ କରିଥିବା କର୍ମୀ କହିଛନ୍ତି। ବିଜେପିର କଥା ଓ କାମ ମଧ୍ୟରେ ଯଥେଷ୍ଟ ପ୍ରଭେଦ ରହିଥିବାରୁ ବିଜେପି ଓଡିଶା ବାସୀଙ୍କ ସ୍ୱାର୍ଥପୂରଣ କରିପାରିବ ନାହିଁ ବୋଲି ସେ ତାଙ୍କର ପ୍ରତିକ୍ରୀୟାରେ କହିଛନ୍ତି। ଦଳରେ ଯୋଗଦାନ କରିଥିବା ଚିଙ୍ଗୁଡିଆପାଳ ପଞ୍ଚାୟତର କୁମ୍ଭକର୍ଣ୍ଣ ଦେଉରୀ,ଶକର୍ଷଣ ଦେଉରୀ.ଭରତ ମାହାନ୍ତ,ଘନଶ୍ୟାମ ମାହାନ୍ତ,ନିରାକାର ମାହାନ୍ତ,ନରେନ୍ଦ୍ର ମାହାନ୍ତ,ଗୋବିନ୍ଦ ମାହାନ୍ତ,ନବକିଶୋର ମାହାନ୍ତ,ପ୍ରଦୀପ ଦେଉରୀ, କିଶୋର ଦେଉରୀ ସମେତ ବହୁ କର୍ମୀ ପୂବର୍ତ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦା ବ୍ଲକ ପୂର୍ବତ୍ତନ ଅଧ୍ୟକ୍ଷା ଭଗବତୀ ମାହାନ୍ତ, ଜିଲାପରଷଦ ସଭ୍ୟ ପ୍ରତାପ ପାତ୍ର ଓ ଯୁବନେତା ଦୀପକ ଭଟ୍ଟାଚାର୍ଯ୍ୟ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

One thought on “ପୂର୍ବତ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଙ୍କ ମିଶନ ମିଶ୍ରଣ ; ଯୋଗଦେଲେ ବହୁ ବିଜେପି ଓ କଂଗ୍ରେସ କର୍ମୀ

Leave a Reply

Your email address will not be published. Required fields are marked *