ପୂର୍ବତନ ୱାର୍ଡମେମ୍ବରଙ୍କ ମୃତ୍ୟୁ

ଖଇରା/ବାଲେଶ୍ୱର, ୦୨/୦୧ (ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ଅର୍ଜୁନପୁର ଗ୍ରାମର ପୂର୍ବତନ ୱାର୍ଡମେମ୍ବର ମଙ୍ଗୁଳି ଚରଣ ଦାସଙ୍କ ମୃତ୍ୟୁ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ମଧୁମେହ ରୋଗରେ ପୀଡିତ ଥିଲେ। ତାଙ୍କର ୨ପୁଅ ଓ ୧ଝିଅ ସହିତ ବିଧବା ପତ୍ନୀ ଅଛନ୍ତି। ସ୍ୱର୍ଗତ ଦାସ ଅର୍ଜୁନପୁର ଗ୍ରାମରେ ୱାର୍ଡମେମ୍ବର ଭାବେ କାର୍ଯ୍ୟକରିଥିଲେ। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *