ଓଡ଼ିଶା

ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସଡକ ଦୁର୍ଘଟଣା

ନବରଙ୍ଗପୁର ୧୧-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ନବରଙ୍ଗପୁରର ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସଡକ ଦୁର୍ଘଟଣା ଘଟିଛି। ଶ୍ରୀ ମାଝୀ ମଇଦଲପୁର ନିକଟସ୍ଥ ମାଝିଗୁଡା ଗ୍ରାମରୁ ନବରଙ୍ଗପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିଜ ଗାଡିରେ ସେ ନବରଙ୍ଗପୁର ବାହାରିଥିଲେ। ରାସ୍ତାରେ ଝିଟିକିଗୁଡା ଗ୍ରାମ ନିକଟରେ ଏକ ଅଟୋକୁ ବଞ୍ଚେଇବାକୁ ଯାଇ ଗାଡିଟି ଓଲଟି ପଡିଥିଲା। ତେବେ ଶ୍ରୀ ମାଝୀ ଆହତ ହୋଇଥିବାବେଳ ତାଙ୍କ ଡ୍ରାଇଭରଙ୍କ ହାତରେ ଗୁରୁତର ଆଘାତ ଲାଗିଥିବା ଜଣା ପଡିଛି। ଆହତ ଅବସ୍ଥାରେ ଝିଟିକିଗୁଡା ଗ୍ରାମବାସୀ ଶ୍ରୀ ମାଝୀଙ୍କୁ ପ୍ରାଥମିକ ଚିକିତ୍ସା କରେଇ ମେଡିକାଲକୁ ପଠାଇବାପରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top