ଜଗତସିଂହପୁର

ପୂର୍ବତନ ସରପଞ୍ଚଙ୍କ ପରଲୋକ

ତିର୍ତ୍ତୋଲ, ୨/୮ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲକ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ଦାସ(୮୨)ଙ୍କ ସୋମବାରଦିନ ପରଲୋକ ହୋଇଯାଇଅଛି। ତାଙ୍କ ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ କଟକ ବଡ ମେଡକାଲକୁ ଗତକାଲି ନେଇଯାଇଥିଲେ। ଚିକିତ୍ସାଧିନ ଥିବା ଅବସ୍ଥାରେ ଆଜି ସକାଳ ସାଢେ ଆଠଟାରେ ମୃତ୍ୟୁବରଣ କରିଥିଲେ। ସ୍ୱଗତଃ ଦାସଙ୍କ ଘର ପଣ୍ଡୁଆ ପଞ୍ଚାୟତ ହାତୀକେନା ଗ୍ରାମରେ। ୧୫ ବର୍ଷ ଧରି ସରପଞ୍ଚ ଭାବରେ ଦକ୍ଷତାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ତାଙ୍କ ରାଜନୈତିକ କ୍ଷେତ୍ରରେ ନୂତନ ପଞ୍ଚାୟତ ଗୃହ ଓ ପଞ୍ଚାୟତର ବିଭିନ୍ନ ଅନୁଷ୍ଠାନ ପାଇଁ ତାଙ୍କ ଅବଦାନ ଅତୁଳନୀୟ। ଯାହା ଆଜି ତାଙ୍କ ଲୋକପ୍ରିୟତାର ପ୍ରମାଣିତ ହୋଇଥିଲା। କଟକରୁ ତାଙ୍କ ମର ଶରୀର ହାତୀକେନା ଗ୍ରାମରେ ପହଞ୍ଚିବା ପରେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱୀପ ବିଧାୟକ ଡା. ଦାମୋଦର ରାଉତ, ସ୍ଥନୀୟ ସରପଞ୍ଚ ଜମୟନ୍ତୀ ମହାନ୍ତି, ପୂର୍ବତନ ସମିତି ସଭ୍ୟ ଅଜୟ ମହାନ୍ତି, ରାହାମା ପ୍ରେସ୍ କ୍ଲବର ସଭାପତି ମାନସ ରଞ୍ଜନ ମହାନ୍ତି ଓ ସମସ୍ତ ସଦସ୍ୟ, ଓଡିଶା ଜର୍ନାଲିଷ୍ଟ ୟୁନିୟନ ଜଗତସିଂହପୁର ଶାଖାର ସଭାପତି ଶୁଶିଲ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ସୁନାକର ବେହେରା, କାର୍ଯ୍ୟକାରୀ ସଂପାଦକ ଟୁକନ ଚରଣ ସେଠୀ ଓ ଅନ୍ୟକର୍ମକର୍ତ୍ତା, ରାହାମା କଲେଜର ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ଓ ସତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହିତ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ମୃତ୍ୟୁ ସଜ୍ଜା ନିକଟରେ ବଡପୁତ୍ର ର୍ନିମୟ ଦାସ, ସାମ୍ବାଦିକ ନିର୍ଲିପ୍ତ ଦାସ, ବାବୁଲି ଦାସ, ନିଶିଥ୍ ଦାସ, ପୁତ୍ରବଧୂ, ଝିଆ ଜ୍ୱାଇଁ, ନାତିନାତୁଣୀ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରାଯିବା ପରେ ଗାଁ ସ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top