ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ସ୍ୱପ୍ନ ଅଧୁରା ଅଭିଯୋଗ କଲା : ରାଜ୍ୟ ଗୃହରକ୍ଷୀ ମହାସଂଘ ସଂଘର ସ୍ୱୀକୃତୀ ଦାବି କଲା।

ଭୁବନେଶ୍ୱର ତା୨୫.୦୨.୨୦୧୮ରିଖ (ଓଡ଼ିଆ ପୁଅ): ଗୃହରକ୍ଷୀମାନଙ୍କ ସ୍ୱାର୍ଥରକ୍ଷା ଏବଂ ସେମାନଙ୍କ ପାଇଁ ବିଭିନ୍ନ ଗଠନ ମୂଳକ କାର୍ଯ୍ୟ କରିବା ନିମନ୍ତେ ୧୯୯୧ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ପଦସ୍ଥ କମିଟି ତତ୍ କାଳିନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ରଥ, ଗୃହରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଏସ୍ .ଏନ୍ . ମିଶ୍ର ଏବଂ ଅନ୍ୟାନ୍ୟ, ଜ୍ଞ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଗୃହରକ୍ଷୀଙ୍କ ସଂଘକୁ ମାନ୍ୟତା ଦେବା ନିମନ୍ତେ ନିଷ୍ପତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ରାଜ୍ୟ ଗୃହରକ୍ଷୀ ମହାସଂଘ ଅଭିଯୋଗ କରିଛି।

ଏଠାରେ ସୂଚନା ଯୋଗ୍ୟ ଯେ ଆଜକୁ ଦୀର୍ଘ ୫୭ ବର୍ଷ ଧରି ଗୃହରକ୍ଷୀମାନେ ପୋଲିସ ସହିତ କାନ୍ଧକୁ କାନ୍ଧ ମିଳାଇ ସମାଜରେ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ଏବଂ ସୁରକ୍ଷା କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ନିକଟରେ ଅନୁଷ୍ଠିତ ରାଜ୍ୟର ପ୍ରଥମ ଗୃହରକ୍ଷୀ ଅଧିକାରୀଙ୍କ ସମ୍ମିଳନୀରେ ଅଧ୍ୟକ୍ଷତାକରି ଅଗ୍ନିଶମ ଏବଂ ଗୃହରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ କୁମାର ଶର୍ମା (ଆଇ.ପି.ଏସ୍ ) କ୍ଷୋଭ ପ୍ରକାଶ କରି ଗୃହରକ୍ଷୀମାନଙ୍କୁ ସମ୍ମାନ ସହ ବ୍ୟବହାର କରିବା ନିମନ୍ତେ ନିର୍ଦ୍ଦେଶ ଦେଇ ଗୃହରକ୍ଷୀବାହିନୀ ର ଉନ୍ନତି ପାଇଁ ବିଭିନ୍ନ ଗଠନ ମୁଳକ ପଦକ୍ଷେପନେବା ନିମନ୍ତେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଥିଲେ। ଏହି ଗଠନ ମୂଳକ ଚିନ୍ତାଧାରା ଗୃହରକ୍ଷୀଙ୍କ ଚାକିରି ସର୍ତାବଳୀ ଦିଗରେ ଉନ୍ନତି ପାଇଁ ଅଣାଯାଇଥିବାରୁ ଏହାକୁ ରାଜ୍ୟ ଗୃହରକ୍ଷୀ ମହାସଂଘ ତରଫରୁ ସ୍ୱାଗତ କରାଯାଇ ମହାନିର୍ଦ୍ଦେଶକଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

ସଂଘ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ଗୃହରକ୍ଷୀ ମହାସଂଘ ତରଫରୁ ଗୃହରକ୍ଷୀମାନଙ୍କ ଉପରେ ୫୭ ବର୍ଷ ଧରି ହୋଇଆସୁଥିବା ଅନ୍ୟାୟ, ଅତ୍ୟାଚାର ଏବଂ ଅବିଚାରକୁ ରାଜ୍ୟ ସରକାର ଏକ ପ୍ରକାର ମାନି ନେଇଥିବାରୁ ଏହାର ପ୍ରତିକାର ଏବଂ ସେମାନଙ୍କର ସ୍ୱାର୍ଥରକ୍ଷା ନିମନ୍ତେ ଗୃହରକ୍ଷୀ ସଂଘକୁ ସରକାର ମାନ୍ୟତା ନଦେଇ ଅଣଦେଖା କରିବା ଫଳରେ ଏଭଳି ଅନ୍ୟାୟ ଓ ଅବିଚାର ହେଉଅଛି। ରାଜ୍ୟରେ ୫ ବର୍ଷ ଧରି ଗୃହରକ୍ଷୀମାନଙ୍କ ସ୍ୱାର୍ଥ ରକ୍ଷା, ନ୍ୟାର୍ଯ୍ୟ ଦାବି ଏବଂ ସାମୁହିକ ଉନ୍ନତି ନିିମନ୍ତେ କାର୍ଯ୍ୟରତ ଏକ ମାତ୍ର ସଂଗଠନ ରାଜ୍ୟ ଗୃହରକ୍ଷୀ ମହାସଂଘକୁ ଗୃହ ବିଭାଗ ତୁରନ୍ତ ସରକାରୀ ମାନ୍ୟତା ଦେବା ନିମନ୍ତେ ମହାସଂଘ ପକ୍ଷରୁ ସଭାପତି ଉପେନ୍ଦ୍ର ମହାପାତ୍ର ଏବଂ ସମ୍ପାଦକ ନିରଞ୍ଜନ ସେନାପତି ଦାବି କରିଛନ୍ତି।

ଦେଶର ସାମ୍ବିଧାନିକ ଅଧିକାର ଅନୁଯାଇ କର୍ମଚାରୀମାନଙ୍କର ସୁରକ୍ଷା, ସ୍ୱାର୍ଥ, ଉନ୍ନତି ଏବଂ ମାନବ ଅଧିକାର କ୍ଷୁର୍ଣ୍ଣ ନହେବା ପାଇଁ ପ୍ରତ୍ୟେକ ସରକାରୀ ବା ବେସରକାରୀ କାର୍ଯ୍ୟାଳୟମାନଙ୍କରେ କର୍ମଚାରୀ ସଂଘ ଗଠନ ଏବଂ ସରକାରୀ ମାନ୍ୟତା ଦେବା ଉଲ୍ଲେଖ ରହିଥିବା ବେଳେ ଗୃହରକ୍ଷୀ ମାନଙ୍କର ସଂଘକୁ ଅବହେଳା ପ୍ରଦର୍ଶନ କରିବା ଏକ ଗଣତାନ୍ତ୍ରିକ ବିଧିବଧ ବ୍ୟବସ୍ଥାରେ ଅନ୍ୟାୟ ବୋଲି ସଂଘର ଆଇନ ପରାମର୍ଶଦାତା ତଥା ଆଇନଜୀବି ଶ୍ରୀ ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ ମତ ପ୍ରକାଶ କରି ରାଜ୍ୟ ସରକାର ତୁରନ୍ତ ରାଜ୍ୟ ଗୃହରକ୍ଷୀ ମହାସଂଘକୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ ବୋଲି କହିଛନ୍ତି। ଏବଂ ଏହି ମର୍ମରେ ଆଜି ଏକ ଦାବିପତ୍ର ସରକାରଙ୍କ ଉଦେ୍ଦ୍ୟଶରେ ସଂଘ ତରଫରୁ ଡାକ ଯୋଗେ ପଠାଯାଇଅଛି।

Leave a Reply

Your email address will not be published. Required fields are marked *