ଓଡ଼ିଶା

ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସମହାପାତ୍ରଙ୍କ ବିୟୋଗରେ ବିଜୁ ଜନତା ଦଳର ଗଭୀର ଶୋକ

ଭୁବନେଶ୍ୱର, ୨୧/୮/୨୦୧୮ (ଓଡ଼ିଆ ପୁଅ) ପ୍ରଖ୍ୟାତ ରାଜନେତା ତଥା ବିଶିଷ୍ଟ ଲେଖକ ଯଦୁନାଥ ଦାସମହାପାତ୍ରଙ୍କ ବିୟୋଗରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି। ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ଦାସମହାପାତ୍ର ଜଣେ ବିଚକ୍ଷଣ ରାଜନେତା ଥିଲେ। ବିଧାୟକ ଓ ମନ୍ତ୍ରୀ ଭାବେ ସେ ନିଜର କାର୍ଯ୍ୟ ଦକ୍ଷତା ପ୍ରମାଣିତ କରିଛନ୍ତି। ଜଣେ ଅମାୟିକ, ଦରଦୀ ବ୍ୟକ୍ତି ଭାବରେ ସେ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରିଥିଲେ। ରାଜନୀତି ସହିତ ସୃଜନଶୀଳତାରେ ତାଙ୍କର ବିଶେଷ ଦକ୍ଷତା ଥିଲା। କବିତା, ଗଳ୍ପ, ନାଟକ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରି ବେଶ୍‌କୃତିତ୍ୱ ହାସଲ କରିଥିଲେ। ଓଡ଼ିଆ ସାହିତ୍ୟ ଓ ଓଡ଼ିଶାର ଜନଜୀବନକୁ ତାଙ୍କର ଅବଦାନ ବେଶ୍‌ଉଲ୍ଲେଖଯୋଗ୍ୟ। ତାଙ୍କ ପରଲୋକରେ ଓଡ଼ିଶା ଏକ ସୁଯୋଗ୍ୟ ସନ୍ତାନକୁ ହରାଇଲା। ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top