ପୂର୍ବତନ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ଗଦାଧର ଦୀକ୍ଷିତଙ୍କ ଦେହାନ୍ତ ବିଭିନ୍ନ ମହଲରେ ଶୋକ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ବ୍ଲକ୍ର ପୂର୍ବତନ ଚେୟାରମ୍ୟାନ୍, ବିଜେଡିର ବରିଷ୍ଠ ନେତା, କାଉପୁର ପଂଚାୟତର ଜନପ୍ରିୟ ଲୋକ ପ୍ରତିନିଧି ଗଦାଧର ଦୀକ୍ଷିତ୍ଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ୧୯୭୪ ମସିହାରେ ଭଦ୍ରକ ବ୍ଲକ୍ର ଅଧ୍ୟକ୍ଷ ଥିଲେ। ଜନ କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ୰ ଦୀକ୍ଷିତ୍ ଅବିଭକ୍ତ କାଉପୁର ପଂଚାୟତର ଏକାଧିକ ଶିକ୍ଷାନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା, ଭଦ୍ରକ ଭୂ ଉନ୍ନୟନ ବ୍ୟାଙ୍କର ପୂର୍ବତନ ସଭାପତି ତଥା ବର୍ତ୍ତମାନର ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀଙ୍କର ଘନିଷ୍ଠ ସହଯୋଗୀ ଥିଲେ। ରାଜନୀତିର ଏହି ପିତାମହ ଭୀଷ୍ମଙ୍କର ଆଜି ଭୁବନେଶ୍ୱରସ୍ଥିତ କିମସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ତାଙ୍କର ଏଭଳି ମୃତ୍ୟୁରେ ସାଂସଦ ଅଜୁର୍ନ ଚରଣ ସେଠୀ, ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ମନ୍ତ୍ରୀ ତଥା ବାସୁଦେବପୁର ବିଧାୟକ ବିଜୟଶ୍ରୀ ରାଉତରାୟ, ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୌରପାଳ ମାନସ ମହାନ୍ତି, ପଂଚାୟତ ସମିତି ଚେୟାରମ୍ୟାନ୍ ରଘୁନାଥ ଧଳ, ଭାଇସ୍ ଚେୟାରମ୍ୟାନ୍ ଜ୍ୟୋସ୍ନାମଂଜରୀ ରାଉତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ସମାଜସେବୀ ଲକ୍ଷ୍ମୀ ମହାପାତ୍ର, ଜଗନ୍ନାଥ ସ୍ୱାଇଁ, ବିଜୟ ନାୟକ, ଅଜୟ ନାୟକ, ଅସିତ୍ ପଟ୍ଟନାୟକ, ଇଂ ପ୍ରୟାସକାନ୍ତି ସାମଲ, ଇଂ ପ୍ରଣିତକାନ୍ତି ସାମଲ, ଦୁର୍ଗା ଦାସ, ପ୍ରବୀର ଜେନା, ହରେକୃଷ୍ଣ ପାଢୀ, ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ, ଜିଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ, ଆଇନ୍ଜୀବୀ ଗଦାଧର ବଳ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *