କେନ୍ଦ୍ରାପଡା ୧୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବିଦ୍ୱାନ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଆଜି ସ୍ଥାନିୟ ପବ୍ଲିକ ରିଡିଂ ରୁମ ପରିସରରେ କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ହରମୋହନ ପତିଙ୍କ ବିୟୋଗରେ ଏକ ସର୍ବ ଦଳିୟ ଶ୍ରଦ୍ଧାଞ୍ଜଳୀ ସଭା ଜନଶକ୍ତି ପାର୍ଟି ଓଡିଶାର ରାଜ୍ୟ ସଭାପତି ଆଇନଜିବୀ ପ୍ରଦିପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲା କଂଗ୍ରେସର ଉପସଭାପତି ଧରଣୀଧର ସୂଆର, ସି.ପି.ଆଇ.ର ଜିଲ୍ଲା ସମ୍ପାଦକ ଆଇନଜିବୀ ରମଣୀରଞ୍ଜନ ରାଉତରାୟ, ବିଜେଡି ଲିଗାଲ ଫ୍ରଂଟ ସେଲର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ସି.ପି.ଆଇ.(ଏମ.)ର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଜିଲ୍ଲା ଓକିଲ ସଙ୍ଘର ସମ୍ପାଦକ ଗଗନ ବିହାରି ଜେନା ପ୍ରମୁଖ ଯୋଗଦେଇ ସୂର୍ଗତ ହରମୋହନ ପତି ଜଣେ ସ୍ୱାଭିମାନି, ନିଷ୍ଠାପର, ତ୍ୟାଗି, ନିସ୍ୱାର୍ଥପର, ନିରଳଶ ଓ ସଚ୍ଚୋଟ ରାଜନେତା ଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ସେ ଜଣେ ମଣିଷ ପରି ମଣିଷ ଥିଲେ ଓ ଅବିଭକ୍ତ ଭାଗବତପୁର ପଂଚାୟତର ସରପଂଚ ଓ କେନ୍ଦ୍ରାପଡା ବ୍ଲକର ଅଧ୍ୟକ୍ଷ ଭାବରେ ସାଧାରଣ ଜନତାଙ୍କର ସେବା ନିଷ୍ଠା ଓ ଆନ୍ତରିକତାର ସହିତ କରୁଥିଲେ ବୋଲି ବକ୍ତାମାନେ କହିବା ସହିତ ଶ୍ରୀ ପତିଙ୍କର ଶ୍ମୃତିଚାରଣ କରିଥିଲେ। ଦିଲ୍ଲିପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଆକବର ଅଲ୍ଲୀ, ଶ୍ରମିକ ନେତା ମୁକ୍ତାର ଖାଁ, ବିଚିତ୍ରାନନ୍ଦ ନାୟକ, ବିକ୍ରମ କେଶରି ବାରିକ, କ୍ଷେତ୍ରବାସୀ ସାହୁ, ରଘୁନାଥ ସାହୁ, ଜନ୍ମେଜୟ ସେଠୀ, ଆଇନଜିବୀ ସୟଦ ମୁକ୍ତାର ଅଲ୍ଲୀ, ଆଇନଜିବୀ ସୁବ୍ରତ ପଲାଇ, ଅଫସର ଅଲ୍ଲି ବକ୍ସ, ଆଶିଷ ସେନାପତି, ଅମରବର ବିଶ୍ୱାଳ, ତରନୁମ ଆରା, ଆର.ସି.ଫାତମା, ପ୍ରଭାତ କୁମାର ବେହେରା, ସନ୍ତୋଷ କୁମାର ଆଚାର୍ଯ୍ୟ, ଲକ୍ଷ୍ମୀକାନ୍ତ ନାୟକ, ମଙ୍ଗୁଳି ବାରିକ ପ୍ରମୁଖ ଯୋଗଦେଇ ସୂର୍ଗତ ପତିଙ୍କ ସ୍ମୃତିଚାରଣ କରିଥିଲେ।
