ପୂର୍ବତନ ବିଧାୟକ ସଂଜୀବ ପ୍ରଧାନ ଗିରଫ

ଦେଵଗଡ଼ ୧୧-୧୦ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) : ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ସମ୍ବଲପୁର ଲୋକସଭା ସଦସ୍ୟଙ୍କ ଦେଵଗଡ଼ ନୋମିନୀ ସଂଜୀବ ପ୍ରଧାନ, ରେଂଗାଳି ଡ୍ୟାମ କ୍ଷତିଗ୍ରସ୍ତଙ୍କ ଅର୍ଥ ଆତ୍ମସାତ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗତକାଲି ଗିରଫ କରିଛି। ଆଇପିସି ଧାରା ୪୨୦,୪୦୬,୪୬୭,୪୬୮,୧୨୦ବି ଆଦି ଦଫା ତାଙ୍କ ବିରୋଧରେ ଲଗାଯାଇଛି।

ରାମଚନ୍ଦ୍ର ଗୌଡ଼ଙ୍କ ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚ ୨୦୧୪ ଜୁଲାଇ ୩୦ରେ ମାମଲା ରୁଜୁ କରିଥିଲେ। ଶ୍ରୀ ପ୍ରଧାନ, ଦେଵଗଡ଼ ଉପନିବନ୍ଦକଙ୍କ କାର୍ଯ୍ୟଳୟରେ ଏକ କ୍ଷମତା ପତ୍ର କରାଇ ୨୦୦୭ ନଭେମ୍ବର 30 ତାରିଖରେ ସମ୍ବଲପୁର ଏଲଏ କଲେକ୍ଟରଙ୍କ ଠାରୁ ଚକ ନଂ ୮୪୯୩୨୪/ ତା ୩୦.୦୩.୨୦୦୭ ଅନୁଯାୟୀ ମୋଟ ୨୭,୦୧,୮୪୮ ଟଙ୍କା ଉଠାଇ ନେଇଥିଲେ।ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଆଗରୁ ରେଂଗାଳି ବହୁମୁଖୀ ପ୍ରକଳ୍ପର ଜମି ଅଧିଗ୍ରହଣ ଅଧିକାରୀ ସୁବାସ ଚନ୍ଦ୍ର ସାହୁଙ୍କୁ ଗିରଫ କରିଥିଲେ।

ଶ୍ରୀ ପ୍ରଧାନ ବିଜେଡିରେ ଥାଇ ୨୦୦୯ରୁ ୨୦୧୪ ଯାଏ ଦେଵଗଡ଼ ବିଧାୟକ ଥିଲେ। ଏସବୁ ଅଭିଯୋଗ ଲୋକ ଲୋଚନକୁ ଆସିବାପରେ ୨୦୧୪ରେ ଶ୍ରୀ ପ୍ରଧାନଙ୍କ ବଦଳରେ ତାଙ୍କ ସ୍ତ୍ରୀଙ୍କୁ ଦଳୀୟ ଟିକେଟ ମିଳିଥିଲା। ହେଲେ ଜନସାଧାରଣ ଏହାକୁ ଗ୍ରହଣ କରିନପାରି ପ୍ରାୟ ୩୯୦୦୦ ଭୋଟ ବ୍ୟବଧାନରେ ବିଜେପିର ପ୍ରାଥୀ ଶ୍ରୀ ନିତେଶ ଗଙ୍ଗଦେବଙ୍କୁ ବିଜୟୀ କରିଥିଲେ। ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳବିରୋଧୀ ଅଭିଯୋଗରେ ଶ୍ରୀ ପ୍ରଧାନଙ୍କ ଦଳରୁ ନିଳମ୍ବିତ କରାଯାଇ ଥିଲା।

Leave a Reply

Your email address will not be published. Required fields are marked *