ଜିଲ୍ଲା ପରିକ୍ରମା

ପୂର୍ବତନ ବିଧାୟକ ରବିନାରାୟଣ ପାଣିଗ୍ରାହୀଙ୍କ କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର ତା ୧୪.୬ (ଓଡ଼ିଆ ପୁଅ) – ବୀରମହାରାଜପୁରର ପୂର୍ବତନ ବିଧାୟକ ରବିନାରାୟଣ ପାଣିଗ୍ରାହୀ ଜଣେ ସକ୍ରୀୟ ଓ ଜନପ୍ରିୟ ନେତା ଭାବରେ କାର୍ଯ୍ୟ କରି ଆସୁଛନ୍ତି। ସେ ଭାରତୀୟ ଜାତୀୟ କଂଗ୍ରେସର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମ ପ୍ରତି ଗଭୀର ଆନୁଗତ୍ୟ ଘୋଷଣା କରି ଓଡିଶାରେ କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଦୃଢ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।

ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଶ୍ରୀ ପାଣିଗ୍ରାହୀଙ୍କୁ କଂଗ୍ରେସ ଦଳର ସଦସ୍ୟ ରୂପେ ଗ୍ରହଣ କରିଛନ୍ତି ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଂପାଦକ ସେକ୍ ମସ୍ତାନ ଭଲି ଏହାକୁ ହାର୍ଦ୍ଦିକ ସମର୍ଥନ ଜଣାଇଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତାଗଣ ଶ୍ରୀ ପଟ୍ଟନାୟକଙ୍କ ପ୍ରଶଂସନୀୟ ପଦକ୍ଷେପକୁ ସର୍ବାନ୍ତକରଣରେ ସ୍ୱାଗତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top