ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ କବିତା ପାଠତ୍ସୋବ “କାବ୍ୟାଞ୍ଜଳି” ଅନୁଷ୍ଠିତ: ବିଜେପି

ଭୁବନେଶ୍ୱର, ୧୬/୦୯ (ଓଡ଼ିଆ ପୁଅ) : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଆଜି ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ “କାବ୍ୟାଞ୍ଜଳି” ଅନୁଷ୍ଠିତ ହୋଇଯାଇଛି। ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ତଥା କବୟତ୍ରୀ ଶ୍ରୀମତୀ କାନନବାଳା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି “କାବ୍ୟାଞ୍ଜଳି” କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସ୍ୱର୍ଗତ ବାଜପେୟୀଙ୍କ ସ୍ମୃତିରେ ୧୦୦ରୁ ଅଧିକ କବିତା ପାଠ କରାଯାଇଥିଲା। ରାଜ୍ୟ ଲେଖିକା ସଂସଦ ତରଫରୁ ଶ୍ରୀମତୀ ଶକୁନ୍ତଳା ବଳିୟାରସିଂହ, ଚମକ ଚାନ୍ଦିନୀ ଦାସ, ନିରୁପମା କର, ପୂର୍ଣ୍ଣାନନ୍ଦ ମହାନ୍ତିଙ୍କ ସମେତ ବହୁ କବି ଓ କବୟତ୍ରୀମାନେ ଉପସ୍ଥିତ ରହି କବିତା ପାଠ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପଂଚାନନ ନାଏକ, ସହ ସଂଯୋଜକ ସଂଜୀବ ମିଶ୍ର, ମହିଳା ମୋର୍ଚ୍ଚାର ଦିପ୍ତୀରେଖା ନାଏକ, କସ୍ତୁରୀ ମିଶ୍ର, ସୁନୀତା ମହାନ୍ତି, ରୋଜାଲିନ ଜେନା, ସୁଭାଷିନୀ ପୃଷ୍ଟି, କ୍ରିଷ୍ନା ମିଶ୍ର, ଶକ୍ତି ସାହୁ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସୁକେଶୀ ଓରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜ୍ଞାନରଂଜନ ସ୍ୱାଇଁ, ଅଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *