ଓଡ଼ିଶା

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ଏକାଧିକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ “ମୁଁ ନିଃଶବ୍ଦ ଅଟେ, ଶୂନ୍ୟ ଅଟେ, କିନ୍ତୁ ଭାବନାର ଜୁଆର ମୋ ମନ ଭିତରେ ଉଠିବାରେ ଲାଗିଛି। ଆମ ସମସ୍ତଙ୍କ ଶ୍ରଦ୍ଦେୟ ଅଟଳଜୀ ଆମ ଗହଣରେ ନାହାନ୍ତି। ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ ସେ ରାଷ୍ଟ୍ରକୁ ସମର୍ପି ଦେଇଥିଲେ। ତାଙ୍କର ଦେହାବସାନ ସହିତ ଏକ ଯୁଗର ଅବସାନ ଘଟିଛି।

କିନ୍ତୁ ସେ ଆମକୁ କହି ଯାଇଛନ୍ତି- “मौत की उमर क्या है? दो पल भी नहीं, ज़िन्दगी सिलसिला, आज कल की नहीं मैं जी भर जिया, मैं मन से मरूं, लौटकर आऊँगा, कूच से क्यों डरूं?”

“ମୃତ୍ୟୁର ବୟସ କ’ଣ? ମାତ୍ର କିଛି କ୍ଷଣ ବି ନୁହେଁ, ଜୀବନର ଗତି ଓ ଧାରା, ଆଜିର କଥା କାଲି କି ନୁହେଁ, ମୁଁ ବହୁତ ବଂଚି ସାରିଛି, ମୁଁ ମନରେ ମୃତ୍ୟୁବରଣ କରେ, ଫେରି ଆସିବି, ପ୍ରସ୍ଥାନକୁ ଡର କାହିଁକି?”

ଅଟଳ ଜୀ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ପ୍ରେରଣା, ତାଙ୍କର ମାର୍ଗଦର୍ଶନ, ପ୍ରତ୍ୟେକ ଭାରତୀୟକୁ, ପ୍ରତ୍ୟେକ ଭାଜପା କାର୍ଯ୍ୟକର୍ତାଙ୍କୁ ମିଳିଚାଲିଥିବ। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କର ପ୍ରତ୍ୟେକ ସ୍ନେହୀକୁ ଏହି ଦୁଃଖ ସହିବାର ଶକ୍ତି ଦିଅନ୍ତୁ। ଓମ ଶାନ୍ତି!

ଆମ ସମସ୍ତଙ୍କ ପ୍ରିୟ ଅଟଳଜୀଙ୍କ ବିୟୋଗରେ ସାରା ଭାରତ ଶୋକ ସାଗରରେ ବୁଡ଼ିଯାଇଛି। ତାଙ୍କର ବିୟୋଗ ଏକ ଯୁଗର ଅବସାନ ହେବା ଭଳି। ସେ ଦେଶ ପାଇଁ ବଂଚିଥିଲେ ଏବଂ ଅନେକ ଦଶନ୍ଧୀ ଧରି ଦେଶକୁ ସମ୍ପୂର୍ଣ୍ଣ ସେବା ଦେଇଥିଲେ। ଏହି ଦୁଃଖଦ ମୁହୂର୍ତରେ ତାଙ୍କ ପରିବାର, ବିଜେପି କାର୍ଯ୍ୟକର୍ତା ଏବଂ ତାଙ୍କର ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା।

ଅଟଳଜୀଙ୍କ ଅନୁକରଣୀୟ ନେତୃତ୍ୱରେ ଏକବିଂଶ ଶତାବ୍ଦୀରେ ଏକ ସୁଦୃଢ଼, ସମୃଦ୍ଧ ଏବଂ ସମାବେଶୀ ଭାରତ ନିର୍ମାଣର ମୂଳଦୁଆ ପ୍ରତିଷ୍ଠା ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ତାଙ୍କର ଭବିଷ୍ୟଦର୍ଶୀ ନୀତି ପ୍ରତ୍ୟେକ ଏବଂ ସମସ୍ତ ଭାରତୀୟ ନାଗରିକଙ୍କ ଜୀବନକୁ ଛୁଇଁଥିଲା। ଅଟଳଜୀଙ୍କ ଦେହାବସାନ ମୋ ପାଇଁ ବ୍ୟକ୍ତିଗତ ଭାବେ ଏକ ଅପୂରଣୀୟ କ୍ଷତି। ତାଙ୍କ ସହିତ ମୋର ଅଗଣିତ ମଧୁର ସ୍ମୃତି ରହିଛି। ମୋ ଭଳି କାର୍ଯ୍ୟକର୍ତାଙ୍କ ପାଇଁ ସେ ପ୍ରେରଣା ଥିଲେ। ତାଙ୍କର ତୀକ୍ଷ୍ଣ ବୁଦ୍ଧିମତା ଏବଂ ଚମକ୍ରାର ମେଧାଶକ୍ତିକୁ ମୁଁ ବିଶେଷ ଭାବେ ସ୍ମରଣ କରିବି।

ଅଟଳଜୀଙ୍କ ଉଦ୍ଯୋଗ ଏବଂ ସଂଘର୍ଷ କାରଣରୁ ଗୋଟିଏ ଗୋଟିଏ ଇଟା ଯୋଡ଼ିବା ଭଳି ବିଜେପିର ନିର୍ମାଣ ହୋଇଥିଲା। ସେ ବିଜେପିର ବାର୍ତ୍ତା ପ୍ରଚାର କରିବା ଲାଗି ସାରା ଭାରତ ଭ୍ରମଣ କରିଥିଲେ। ଫଳରେ ଜାତୀୟ ରାଜନୀତି ଏବଂ ବିଭିନ୍ନ ରାଜ୍ୟରେ ବିଜେପି ଏକ ଦୃଢ଼ ଶକ୍ତି ଭାବେ ପ୍ରତିଷ୍ଠିତ ହୋଇଥିଲା।

ଏଥିପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅପରାହ୍ଣ ୫.୦୫ ମିନିଟ୍ରେ ପରଲୋକ ଘଟିଥିବା ନେଇ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top